ଡିଗ୍ରୀ ମହାବିଦ୍ୟାଳୟ ରେ ଯୁକ୍ତ ୩ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


କଳାହାଣ୍ଡି,୧୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ର ନାମ ଲେଖାଇଥିବା ଯୁକ୍ତ ୩ ଛାତ୍ରଛାତ୍ରୀ ଙ୍କୁ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟକ୍ଷ ନବାଗତ ଛାତ୍ରଛାତ୍ରୀ ଙ୍କୁ ଶୃଙ୍ଖଳିତ ଭାବେ ଅଧ୍ୟୟନ କରି ନିଜ ଆଗାମୀ ଭବିଷ୍ୟତ ଗଢିବାକୁ ପରାମର୍ଶ ଦେଇଥିଲେ । ସେହିପରି ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଶ୍ୱିନୀ କୁମାର ପଟ୍ଟନାୟକ,ଜଗନ ଚାନ୍ଦାନି,ଅଧ୍ୟାପିକା କନକ ମଞ୍ଜରି ବେହେରା, ଶୁଭଶ୍ରୀ ସାହୁ, ବେଦମତି ବାରିକ ପ୍ରମୁଖ ଛାତ୍ରଛାତ୍ରୀ ଙ୍କୁ ଡିଗ୍ରୀ ଅଧ୍ୟୟନ ର ସମସ୍ତ ସେମିଷ୍ଟାର ଓ ଅନ୍ୟାନ୍ୟ ଶିକ୍ଷା ଦାନ ବିଷୟରେ ପରାମର୍ଶ ଦେଇଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର କର୍ମଚାରୀ ପୁସ୍ପିତା ବିଶି,ଜିତେନ୍ଦ୍ର ପ୍ରଧାନୀ, ସୁନିଲ ପ୍ରଧାନୀ,ଖେଳ ଶିକ୍ଷକ ପ୍ରତାପ ଚନ୍ଦ୍ର ବିଶି ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।