ହରିଣା ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମା ପାଇଁ ଗଚ୍ଛ ଟିଏ କାର୍ଯ୍ୟକ୍ରମ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ କ୍ଲଷ୍ଟରର ହରିଣାପାଲି ଉପ୍ରା ବିଦ୍ୟାଳୟରେ ଆଜି ” ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶନିବାର ବିଦ୍ୟାଳୟର ପ୍ରଧାନଶିକ୍ଷକ ମକୁନ୍ଦ ଧରୁଆଙ୍କ ଅଧ୍ୟକ୍ଷତାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୋପାଳ ନାଏକ ମୁଖ୍ୟ ଅତିଥି , ସଭାନେତ୍ରୀ ଶ୍ରୀମତୀ ରଶ୍ମିତା ଜଗତ ଓ ଦାମୋଦର କଲତା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜନ୍ମେଜୟ ବିଶି ‘ମା ପାଇଁ ଗଛଟିଏ’ ଉପରେ ଆଲୋଚନା କରିଥିଲେ l ପରେ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା l ଶିକ୍ଷକ ସତ୍ୟବ୍ରତ କର୍ଣ୍ଣ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ମାଶ୍ରିତାସୁଧା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଶ୍ରୀମତୀ ଦେବକୀ ଅମାତ, ଅଞ୍ଜଳି କଲତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l