ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ଼.ହିମାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ମହତ୍ତ୍ଵ ସମ୍ବନ୍ଧରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିରେ ତରଭା ଏଇଏସ କଲେଜର ପୂର୍ବତନ ଅଧ୍ୟକ୍ଷ ଶମ୍ଭୁ ଭୂଷଣ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବାବେଳେ
ବୀରମହାରାଜପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମୁରଲୀଧର ହୋତା, କଲେଜର ଇଂରାଜୀ ବିଭାଗ ମୁଖ୍ୟ ଗୀତାଞ୍ଜଳି ପୂଝାରୀ ଓ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ଯାମିନି ଦାସ ସଭା ସଂଯୋଜନା କରିଥିବାବେଳେ ଅଧ୍ୟାପିକା ଡ.ବନ୍ଦିତା ବିଶ୍ବାଳ ଅତିଥି ପରିଚୟ ଓ ସ୍ବାଗତ ସମ୍ଭାଷଣ ଜଣାଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ବୀରମହାରାଜପୁର ମହାବିଦ୍ୟାଳୟର 45 ତମ ପ୍ରତିଷ୍ଠା ଦିବସ ପାଳିତ
