ଆଜି ଶ୍ରାବଣ ମାସର ପ୍ରଥମ ସୋମବାର


ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡିଆ । ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣି, ବାବା ଚନ୍ଦ୍ରଶେଖର, ବାବା ଲୋକନାଥଙ୍କ ପୀଠରେ ଶତାଧିକ ବୋଲବମ୍ ଭକ୍ତ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି । ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର ।

ସେହିପରି ବାବା ଆଖଣ୍ଡଳମଣୀ, କପିଳାସର ବାବା ଚନ୍ଦ୍ରଶେଖର, ଲୋକନାଥ ବାବାଙ୍କ ସମେତ ରାଜ୍ୟର ବିଭିନ୍ନ ଶିବାଳୟରେ କାଉଡ଼ିଆ ଲମ୍ବା ଲାଇନରେ ମହାଦେବଙ୍କୁ ଜଳଲାଗି କରୁଛନ୍ତି ।