Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଆରମ୍ଭ ହେଲା ଉନ୍ନତ ପୋଷ୍ଟାଲ ଟେକ୍ନୋଲୋଜି ଆଇଟି ୨.୦

ସମ୍ବଲପୁର: ଭାରତୀୟ ଡାକ ବିଭାଗ ଗ୍ରାହକ ମାନଙ୍କୁ ଅଧିକ ସୁବିଧାଜନକ ଏବଂ ଉତ୍କୃଷ୍ଟ ସେବା ପ୍ରଦାନ କରିବାକୁ ନୁଆଁ ଯୋଜନା ଆପଣେଇଛି।। ଏହି ଦୃଷ୍ଟିକୋଣରୁ ସମ୍ବଲପୁର ପ୍ରଧାନ ଡାକ ଘର ଏବଂ ଏହା ଅଧୀନରେ ଥିବା ଉପ ଡାକ ଓ ଶାଖା ଡାକ ଘର ମାନଙ୍କ ରେ ଉନ୍ନତ ପୋଷ୍ଟାଲ ଟେକ୍ନୋଲୋଜି ଆଇଟି ୨.୦ର ମଙ୍ଗଳବାର ଶୁଭାରମ୍ଭହୋଇଛି।
ସମ୍ବଲପୁର ଡାକ ନିର୍ଦ୍ଦେଶକ ସୁରେଶ କୁମାର ଠାକରେ ଏହାକୁ ଉଦଘାଟନ କରିଛନ୍ତି। ସମ୍ବଲପୁର ଡାକ ଅଧିକ୍ଷକ ବସନ୍ତ କୁମାର ସିଂହ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରେ ଏବଂ ଡିଭିଜନ ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ଦ୍ଵାରା ଏହା ସୁଚାରୁ ରୁପେ ସମ୍ପୂର୍ଣ୍ଣ ହୋଇଛି।
ଏହି ନୂତନ ପ୍ଲାଟଫର୍ମ ତଳେ ଗ୍ରାହକମାନେ ଏବେ ଅଧିକ ଦ୍ରୁତ, ସୁରକ୍ଷିତ ଓ ସହଜ ଡାକ ସେବା ପ୍ରାପ୍ତ କରିପାରିବେ ବୋଲି ଡାକ ନିର୍ଦେଶକ ଶ୍ରୀ ଠାକରେ କହିଛନ୍ତି।ଭାରତୀୟ ଡାକ ବିଭାଗ ଏହି ନୂଆ ଯୁଗରେ ନିଜକୁ ଏକ ଆଧୁନିକ ଏବଂ ନବୋନ୍ମେଷୀ ପ୍ରଯୁକ୍ତିରେ ଅନୁକୂଳ କରୁଛି, ଯାହା ଗ୍ରାହକ ସନ୍ତୁଷ୍ଟି ରେ ଏକ ନୂଆ ଅଧ୍ୟାୟ ହେବ ବୋଲି ଡାକ ବିଭାଗ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ