Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଗ୍ରୀଡ଼ ସବ-ଷ୍ଟେସନରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ବୁଧବାର ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ବନ୍ଦ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରକ କମ୍ପାନୀ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ୧୩୨/୩୩ କେ.ଭି. ସମ୍ବଲପୁର ଗ୍ରୀଡ୍ ସବଷ୍ଟେସନରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ସମ୍ୱଲପୁର ସହର ଅନ୍ତର୍ଗତ ଚେରୁଆପଡ଼ା, ନନ୍ଦପଡ଼ା, ଝାରୁଆପଡ଼ା, ବଡ଼ବଜାର, ବାଲିବନ୍ଧା, କୁଞ୍ଜେଲପଡ଼ା, ଦୁର୍ଗାପାଲି, ଫାର୍ମ ରୋଡ୍, ମୁଦିପଡ଼ା, ଲକ୍ଷ୍ମୀଟକିଜ୍, ପୋଲିସ୍ ଲାଇନ୍, ଗୁଜିରାଟୀ କଲୋନୀ, କାଇଁସିର୍ ରୋଡ଼, ସମଲେଶ୍ୱରୀ ମନ୍ଦିର ଅଞ୍ଚଳ, କ୍ଷେତ୍ରରାଜପୁର ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତାକାଲି (ତା. ୧୬.୦୭.୨୦୨୫ ରିଖି, (ବୁଧବାର) ସକାଳ ୮ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ।
ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲ୍ୟୁଓଡିଏଲ୍ କତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରୁଅଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ