ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳୁ, ବିଜୁ ଯୁବ ଛାତ୍ର ଜନତା ଦଳ


ସମ୍ବଲପୁର: ରାଜ୍ୟ ବିଜୁ ଯୁବ ଛାତ୍ର ଜନତା ଦଳର ଆହ୍ବାନକ୍ରମେ ଏବଂ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀଙ୍କ ତତ୍ତ୍ଵାବଧାନରେ ଆଜି ପ୍ରତ୍ୟୁଷରେ ଏନ୍ ଏସ ସିବି କଲେଜ ସମ୍ବଲପୁର ଏବଂ ଅପରାହ୍ନରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଗେଟ୍ ସମ୍ମୁଖରେ ବାଲେଶ୍ଵର ଫକୀର ମୋହନ ସେନାପତି ମହାବିଦ୍ୟାଳୟର ବି ଏଡ୍ ଦ୍ଵିତୀୟ ବର୍ଷର ପୀଡ଼ିତା ଛାତ୍ରୀଙ୍କ ପ୍ରତି ସମବେଦନା ଜଣାଇବା ପାଇଁ କ୍ୟାଣ୍ଡାଲ ଜଳାଇ ଏବଂ ସରକାର ବିରୋଧି ବିଭିନ୍ନ ନାରା ଦେବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରତିବାଦ ସଭାରେ ଛାତ୍ରନେତା ଅନମୋଲ ଦାସଙ୍କ ନେତୃତ୍ବରେ ଛାତ୍ର ନେତା ସୋମ ପ୍ରକାଶ ବେହେରା, ରୋହନ ନାଏକ, ଗୋକୁଳ ବାରିକ, ଅବିନାଶ ବେହେରା,ଉଦିତ ଶର୍ମା, ଓମ୍ ପ୍ରଧାନ, ମାସୁଦ ଆଲମ୍ ଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରତିବାଦ ଜଣାଇଥିଲେ। ଅନୁରୂପ ଭାବେ ଗଙ୍ଗାଧର ମେହେର ବିଶ୍ବଦ୍ୟାଳୟରେ ଛାତ୍ରନେତା ସତ୍ୟମ୍ ସାହୁ, ହରିଶ୍ ସାହୁ, ପ୍ରତ୍ୟୁଷ ତାଣ୍ଡିଆ, ସୁଭାସିସ ପ୍ରଧାନ, ବିକି କୁମାର ସାହା, ଅଙ୍କିତ ୟାଦମ୍, ସନ୍ଧ୍ୟା ପାଢ଼ୀ, ଜ୍ୟୋତିରାଣୀ ପଟ୍ଟନାୟକ, ସ୍ୱପ୍ନା ରାଣୀ ବୋହିଦାର, ଲକ୍ଷ୍ମୀପ୍ରିୟା ଦାସ, ଜିଲ୍ଲା ଛାତ୍ର ସଭାପତି ଶୁଭ୍ରାଂଶୁ ଶେଖର ପାଢ଼ୀ (ମିକୁ), ଦିପ୍ତିରଞ୍ଜନ ମଲ୍ଲିକ, ସଦାନଦ ଦାସ, ଗୌତମ ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ସମ୍ବଲପୁର ଜୋନ ଯୁବ ସଭାପତି ଦେବାଶିଷ ପରିଡ଼ାଙ୍କ ନେତୃତ୍ୱରେ ସୁକେଶ ସିଂ, ବିକ୍ରମାଦିତ୍ୟ ପଣ୍ଡା, ପ୍ରଭଞ୍ଜନ ପୂଜାରୀ, ଲୋକନାଥ ଖମାରୀ, ରବି ସେନାପତି, ବିକାଶ ତରିଆ, ମଞ୍ଜୁ ଓରାମ, ବିକାଶ ଖେତି, ଉତ୍ତମ ବାଗ, ହିତେଶ ଶର୍ମା, ଗଣେଶ କରାଲି, ଓଁକାର ପ୍ରସାଦ ନାୟକ, କାଳିଆ କୁସୁମ, ରାଜେଶ ପଣ୍ଡା ଓ ବରିଷ୍ଠ ନେତା ସୁରୁବାବୁ ମେହେର, ଆନନ୍ଦ ବଡ଼ଗୟାନ, ଏମ ଡି ସନାଉଳା, ବେଣୁଧର ଦାସ, ଏମ ଡି ଇଶାକ, ସତ୍ୟେନ୍ଦ୍ର ଦାସ, ଭବେଶ ଚାନ୍ଦ, ରବୀନ୍ଦ୍ର ସିଂ, ହର୍ଦିପ ସିଂ ଭୂର୍ଜି, ପ୍ରଶାନ୍ତ ଥାପା, ଶିବ ସାହୁ, ସୁଦାମ ବାଗ, ଦୁଲାଲ ଚନ୍ଦ୍ର ରାୟ, ରାଜେଶ ମିଶ୍ର, ହିମାଂଶୁ ପ୍ରଧାନ, ପ୍ରଦୋଷ ମହାନ୍ତି, ପ୍ରହଲ୍ଲାଦ ଗୁରୁ, ନନ୍ଦ ବାବୁ, ରୁଦ୍ର ଷଡ଼ଙ୍ଗୀ, ତପନ ମେହେର, ପ୍ରଶାନ୍ତ ନାୟକଙ୍କ ସମେତ ଅନେକ ନେତୃମଣ୍ଡଳୀ ପ୍ରରିବାଦ ସଭାରେ ସାମିଲ ହୋଇଥିଲେ। ଏଥି ସହିତ ମହିଳା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଉଷା ପ୍ରଧାନ, ଜୋନ ସଭାନେତ୍ରୀ ସିପ୍ରା ମହାନ୍ତି, ଜିଲ୍ଲା ଉପ ସଭାନେତ୍ରୀ ସଂଗୀତା ସ୍ୱାଇଁ, ମହାନଗର ସଭାନେତ୍ରୀ ଡ ସଂଯୁକ୍ତା ମେହେର, ନନ୍ଦିନୀ ପ୍ରଧାନ, ରଶ୍ମି ରେଖା ତ୍ରିପାଠୀ, ସ୍ୱେତା ନାୟକ, ଖତିଯା ବେଗମ୍, ପାର୍ବତୀ ସାହା, ପୂଜା ଦେବୀ, ସରିତା ଦାସ, ରୁପାଞ୍ଜଳି ରଣବିଡା, ଅନିତା ଓରାମ, ସଂଯୁକ୍ତା ବାବୁ, କଲ୍ୟାଣୀ ପ୍ରମୁଖଙ୍କ ସମେତ ବହୁ ମହିଳା ଉପସ୍ଥିତ ରହି ନିଜର ଅଭିଭାଷଣ ପ୍ରକାଶ କରିଥିଲେ। ଏବଂ ଦିନକୁ ଦିନ ରାଜ୍ୟରେ ନାରୀ ନିର୍ଯାତନା ବଢୁଥିବା ଯୋଗୁଁ ଉଦବେଗ ପ୍ରକାଶ କରିଥିଲେ। ବିଜେପି ଶାସିତ ସରକାର ନିଜର ଦୋଷ ଦୁର୍ବଳତା କୁ ଲୁଚାଇବା ପାଇଁ ଅପଚେଷ୍ଟା କରୁଛି ବୋଲି ଅଭିହିତ କରିଥିଲେ। ପରିଶେଷରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ସୁଦର୍ଶନ ହରିପାଲ ପ୍ରତିବାଦ ସ୍ଥଳରେ ପହଞ୍ଚି ଉପସ୍ଥିତ କର୍ମୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ କରିବା ସହ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ର ପ୍ରତିକ୍ରିୟା ରଖି କହିଥିଲେ ଯେ ପୂର୍ବ ସରକାର ରେ ମଧ୍ୟ ନାରୀ ନିର୍ଯାତନା ହେଉଥିଲା ଏହାର ଉତ୍ତରରେ ଶ୍ରୀ ହରିପାଲ କହିଥିଲେ ବିଜେପି ଦଳ ଶାସନ କ୍ଷମତାକୁ ଏକ ବର୍ଷ ପୂର୍ତ୍ତି କରିସାରିଥିଲେ ମଧ୍ୟ ଯଦି ପୂର୍ବ ସରକାର ମଧ୍ୟ ଯଦି ଭୁଲ କରିଥିଲା ବୋଲି ଯେଉଁ ଅଭିଯୋଗ କରୁଛି ତେବେ ବର୍ତ୍ତମାନ ସରକାର ପୁନର୍ବାର ସେହି ଭୁଲ କୁ ନ ସଜାଡି ଉତ୍ସାହିତ କରିବାର ଅର୍ଥ ସେ ବୁଝିପାରୁ ନାହାନ୍ତି।