Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃଦ୍ଧାଶ୍ରମରୁ ପରିବାରକୁ ଫେରିଲେ ନିରଞ୍ଜନ,ଖୁସିରେ କୋଳେଇ ନେଲେ ୨ ପୁଅ

ସମ୍ବଲପୁର:ପରିଣତ ବୟସରେ ମାନ ଅଭିମାନ ତୁଟାଇ ପରିବାର ମେଳରେ ଜୀବନ କଟାଇବାକୁ ସବୁ ଦୁଃଖ କୁ ଭୁଲି ଶେଷରେ ବୃଦ୍ଧାଶ୍ରମ ରୁ ପରିବାରକୁ ଫେରିଛନ୍ତି ଜଣେ ଅଶି ବର୍ଷୀୟ ବୃଦ୍ଧ। ମାନେଶ୍ଵର ବ୍ଳକ ଅନ୍ତର୍ଗତ ଚକୁଳି ଗ୍ରାମର ନିରଞ୍ଜନ ମେଣ୍ଡଳୀ (୮୦) ପରିବାର ଠାରୁ ମନୋମାଳିନ୍ୟ ହୋଇ ହୁମା ସ୍ଥିତ ବୀର ସୁରେନ୍ଦ୍ର ସାଏ ବ୍ରୁଦ୍ଧାଶ୍ରମକୁ ଚାଲି ଯାଇଥିଲେ। ସେଠାରେ କିଛି ମାସ ରହିବା ପରେ ଘରକୁ ଫେରି ଯିବାକୁ ଇଚ୍ଛା କରିଥିଲେ। ନିଜ ଇଚ୍ଛା ବିଷୟରେ ଜରାନିବାସର ସଚିବ ସତ୍ୟନାରାୟଣ ମଣ୍ଡଳୀଙ୍କୁ ଜଣାଇବା ପରେ ତାଙ୍କ ମାଧ୍ୟମରେ ଏକ ଦରଖାସ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ଦିଆଯାଇଥିଲା। ଦରଖାସ୍ତ ଆଧାରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୌମ୍ଯା ପ୍ରଧାନ ବ୍ରୁଦ୍ଧ ନିରଞ୍ଜନଙ୍କ ଦୁଇ ପୁଅକୁ ପ୍ରାଧିକରଣ କାର୍ଯ୍ଯାଳୟକୁ ଡକାଇ ବୁଝା ସୁଝା କରିବା ସହିତ ମନୋମାଳିନ୍ୟକୁ ନେଇ ବୁଝାମଣା କରିଥିଲେ। ଏହା ପରେ ପୁଅମାନେ ନିଜ ବାପା ନିରଞ୍ଜନଙ୍କୁ ନିଜ ସହ ଘରକୁ ଫେରାଇ ନେବାକୁ ରାଜି ହେବା ପରେ ୨ ପୁଅଙ୍କ ସହିତ ବାପା ନିରଞ୍ଜନ ଆଜି ନିଜ ଘରକୁ ଫେରିଛନ୍ତି।ଏହି ବୁଝାମଣାରେ ପ୍ରାଧିକରଣ ସଚିବ ଶ୍ରୀମତୀ ସୌମ୍ଯା ପ୍ରଧାନ ଓ ଆଇନଜୀବୀ ଚନ୍ଦ୍ର କୁମାର ପୁରୋହିତ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ