Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ବନ୍ଦ ଡାକରାରେ ସମ୍ବଲପୁର ଶୂନଶାନ:ଚକ ଅଖ , ଜୀବନଯାତ୍ରା ସବୁ ଠପ

ସମ୍ବଲପୁର:ବାଲେଶ୍ୱର ଫକୀର ମୋହନ (ଏଫ୍‌ଏମ୍‌) ସ୍ବୟଂଶାସିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଯୋଗୁଁ ସମ୍ବଲପୁର ଜିଲ୍ଲା ଠପ ହୋଇଯାଇଛି।
ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ନ୍ୟାୟିକ ତଦନ୍ତ, ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବରଖାସ୍ତ ଆଦି ଦାବି ନେଇ ଗୁରୁବାର କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଦେଇଛି। ଏହି ବନ୍ଦ ଡାକରାକୁ ସମ୍ବଲପୁର ଜିଲାରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର, ଅଫିସ, ସ୍କୁଲ, କଲେଜ ବନ୍ଦ ରହିଛି।ଚକ ଅଖ ସବୁ ବନ୍ଦ ଥିବାରୁ ଯାନବାହନ ଚଳାଚଳ ଆଧାରାସ୍ତାରେ ଅଟକି ରହିଥିବାରୁ ରାସ୍ତାଘାଟ ଶୂନଶାନ୍‌ ହୋଇପଡ଼ିଛି।
କଂଗ୍ରେସ ଦଳର ନେତା ଓ କର୍ମୀମାନଙ୍କ ସହ ବାମ ଦଳ ଗୁଡିକ ମଧ୍ୟ୍ୟ ଏଥିରେ ସାମିଲ ଥିବାରୁ ସମ୍ବଲପୁର ଜିଲ୍ଲା ରେ ଜୀବନ ଯାତ୍ରା ସମ୍ପୂର୍ଣ୍ଣ ଭାବରେ ଠପ ହୋଇଯାଇଛି। ବିଭିନ୍ନ ସ୍ଥାନରେ ପିକେଟିଂ ଯୋଗୁଁ ରେଳ ଚଲାଚଲ ମଧ୍ୟ୍ୟ ବ୍ୟାହତ ହୋଇଛି। କ୍ଷେତରାଜପୁର ରେଳ ଷ୍ଟେସନରେ କଂଗ୍ରେସର ପିକେଟିଙ୍ଗ ଚାଲିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ସହିତ ଆନ୍ଦୋଳନାକାରୀଙ୍କୁ ହଟାଇ ରେଳ ଚଲାଚଳ କୁ ସ୍ୱାଭାବିକ କରିବାରେ ନିଜର କସରତ ଚଳାଇଛନ୍ତି।
ଆଜି ସକାଳ ୬ ଟାରୁ କଂଗ୍ରେସ ଭବନରୁ ବାହାରି ଲଷ୍ମୀ ଟକିଜ ଛକ, ଜିଲ୍ଲା ସ୍କୁଲ, ଜେଲ ଛକ, ଧନୁପାଲି, ଅଇଁଠାପାଲି, ସିନ୍ଦୁରପଙ୍କ ଭଳି ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ କଡା ପଦକ୍ଷେପ ନେଇ ସାରା ସହରରେ ପଇଁତରା ମାରୁଥିବା ବେଳେ ଜିଲ୍ଲାର ରେଢ଼ାଖୋଲ, ଜୁଯୋମୁରା ନାକଟିଦେଉଳ,ମାନେଶ୍ଵର, ରେଙ୍ଗାଲି, ବାମରା, କୁଚିଣ୍ଡା, ଜମନକିରା, ପଡିଆବାହାଲ ଭଳି ବିଭିନ୍ନ ମୁଖ୍ୟ ସ୍ଥାନ ଗୁଡିକରେ ମଧ୍ୟ୍ୟ ପୋଲିସର କଡା ନଜର ରହିଛି। ସବୁଠି ପୋଲିସ ଉପସ୍ଥିତ ରହି ଯେଭଳି କୌଣସି ଅଘଟଣ ନଘଟେ ସେଥିପାଇଁ ସତର୍କତା ଅବଲମ୍ବନ କରିଛି। ଜିଲ୍ଲାର ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥରେ ସାହସ୍ରାଧିକ ଯାନବାହାନ ଅଟକି ରହିଛି। ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବା ସହିତ ବସ ଚଲାଚଳ ମଧ୍ୟ୍ୟ ବନ୍ଦ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଖବର ମିଳିନଥିବା ବେଳେ ଶୃଙ୍ଖଳିତ ଭାବରେ ଆନ୍ଦୋଳନକୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲୁ ରଖିବାକୁ କଂଗ୍ରେସ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ସାବଧାନତା ଗ୍ରହଣ କରାଯାଇଛି।
ରେଢ଼ାଖୋଲ ବିଧାନସଭା କ୍ଷେତ୍ର ପ୍ରାର୍ଥୀ ଏଆଇସିସି ସମ୍ପାଦକ ଆସଫ ଖାଁ ରେଙ୍ଗାଲି ବିଧାନ ସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ପିସିସି ସମ୍ପାଦକ ଦିଲ୍ଲୀପ ଦୁରିଆ, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ କେଦାର ବରିହା ଓ ସମ୍ବଲପୁର ନିର୍ବାଚନ କ୍ଷେତ୍ର ପାଇଁ ଦୁର୍ଗା ପାଢ଼ୀ ସମ୍ବଲପୁର, ବୁର୍ଲା ହୀରକୁଦ ପାଇଁ ଶିବ ପ୍ରଧାନ , ଗିରିଜା ନାୟକ,ରବି ରାଉତ, ଜିତେନ ମହାନନ୍ଦ୍, ସତ୍ୟ ନାରାୟଣ ସେନାପତି, ଗୋବିନ୍ଦ ମିଶ୍ର, ସୁତପା ମିତ୍ର, ଜିତେନ୍ଦ୍ର ପ୍ରଧାନ, ସୁଧୀର ପଣ୍ଡା, ପିସିସି ସଭ୍ୟା ସୁରଞ୍ଜିନୀ ବାରିକ, ଚନ୍ଦ୍ର ପୁରୋହିତ, ଏମ ଡି ମୁକ୍ତାର ପ୍ରମୁଖ ଦାୟିତ୍ୱ ନେଇ ଛାତ୍ର, ଯୁବକ ମହିଳା, ସେବାଦଳ, ବିଭିନ୍ନ ବିଭାଗର କର୍ମକର୍ତ୍ତା ସମେତ ଜିଲ୍ଲାର ଅନ୍ୟ କର୍ମକର୍ତ୍ତା ମାନେ ବି ସାମିଲ ହୋଇ ପିକେଟିଂରେ ସାମିଲ ହୋଇଥିଲେ। ତେବେ ପୋଲିସ ପ୍ରଶାସନ ନିଜର ଦାୟିତ୍ୱ ନିର୍ବାହ କରି ସାମାଜିକ ଜୀବନ କୁ ସୁଗମ କରିବାକୁ କିଛି ଜଣଙ୍କୁ ଗିରଫ କରିବା ସହିତ ନିଜର ଦକ୍ଷତା ପ୍ରତିବାଦନ କରିବାକୁ ଯାଇ କଂଗ୍ରେସର ସକାଳ ୬ ରୁ ସନ୍ଧ୍ୟା ୬ ଆନ୍ଦୋଳନକୁ ଦିନ ୩ଟା ପରେ ବିଫଳ କରାଇବାରେ ନିଜର ପରାକାଷ୍ଠା ଦେଖାଇଥିଲେ।ଫଳରେ ରାଜ ରାସ୍ତାରେ ଅଟକି ରହି ଦୁର୍ଦ୍ଦଶା ଭୋଗୁଥିବା ଯାନବାହାନ ନିଜ ଗନ୍ତବ୍ୟ ପଥରେ ଯିବାକୁ ସକ୍ଷମ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ