Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୋଦୟ ବିଦ୍ୟାଳୟରେ ଜିଲ୍ଲାପାଳ:ପଚାରି ବୁଝିଲେ ଶିକ୍ଷା ବ୍ୟବସ୍ଥା

ସମ୍ବଲପୁର :ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଗୁରୁବାର ନବୋଦୟ ବିଦ୍ୟାଳୟ, ଗୋଶାଳାକୁ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷା ପରିବେଶ, ଶିକ୍ଷା ମାନଦଣ୍ଡ ଓ ପ୍ରଶାସନିକ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବ୍ୟାପକ ସମୀକ୍ଷା କରିଛନ୍ତି।
ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କ ସହ ଉତ୍ସାହପୂର୍ଣ୍ଣ ଆଲୋଚନା କରି ତାଙ୍କର ଅନୁଭୂତି, ଅଭିଲାଷା ଓ ଶିକ୍ଷା ଗତିବିଧି ବିଷୟରେ ଜାଣିଛନ୍ତି। ସେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରିଥଲେ।
ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଦୃଢ଼ ଲକ୍ଷ୍ୟ ନିର୍ଦ୍ଧାରଣ କରି କଠିନ ପରିଶ୍ରମ ଦ୍ୱାରା ଆଗକୁ ବଢ଼ିବା ପାଇଁ ପ୍ରେରିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ