Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଏଚଆଇଭି, ଏଡସ ସଚେତନତା କୁଇଜ ପ୍ରତିଯୋଗୀତା

ସମ୍ବଲପୁର :ଆଜି ଧନକଉଡା ହାଇ ସ୍କୁଲ ଠାରେ ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଓ ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ଭୋଇ ଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ସ୍ତରୀୟ ଏଚଆଇଭି, ଏଡସ ସଚେତନତା କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମ୍ବଲପୁର ଜିଲ୍ଲା ର ୧୮ଟି ରେଡ୍ ରିବନ କ୍ଲବ ସ୍କୁଲ ରୁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଓସାକସ ସଦସ୍ୟ ଶ୍ରାବଣୀ ପଟ୍ଟନାୟକ, ଡିଏସଆରସି କାଉନସିଲର,ଡିଆଇଏସ ରୋଜାଲିନ ପଣ୍ଡା, ଓଏସଟି କାଉନସିଲର ନିର୍ମଳା ପଟେଲ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଏହି କୁଇଜ ପ୍ରତିଯୋଗୀତା ରେ ବିଶ୍ଵ ସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କୁଲୁଣ୍ଡି ର ଉତ୍କଳ କୁମାର ପ୍ରଧାନ ପ୍ରଥମ ଓ ବାରବାଙ୍କ ହାଇସ୍କୁଲ ର ଓମତାପ ସାମଲ ଦ୍ଵିତୀୟ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି l ଜେଆରସିଓ ବିଶ୍ଵାମିତ୍ର ଦୀପ ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଞ୍ଜୁ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିଲେ l ଶିକ୍ଷକ ଆନନ୍ଦ ଦଣ୍ଡସେନା, ମୀନତି ପୂଜାରୀ ଓ ସମୀର କୁମାର ଭୋଇ କୁଇଜ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ