Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଝଡ଼ ତୋଫାନରେ ଗଛ ପଡ଼ି ରାସ୍ତା ଅବରୋଧ; ବନ ବିଭାଗ ସହାୟତାରେ ହଟିଲା ଗଛ

କଳାହାଣ୍ଡି: ଆଜି ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକର କେତେକ ଅଞ୍ଚଳରେ ଝଡ଼ତୋଫାନ ଦେଖିବାକୁ ମିଳିଛି । ଏଥିଯୋଗୁଁ ବ୍ଲକର ମୁଷାନାଳ ଦୋରାପଡ଼ା ନିକଟସ୍ଥ ରାସ୍ତା ଉପରେ ଏକ ବିରାଟ ବାହାଡ଼ା ଗଛ ଉପୁଡ଼ି ପଡ଼ିବାରୁ ବିଜେପୁର-ବିଶ୍ବନାଥପୁର ମୁଖ୍ୟ ରାସ୍ତା ଅନେକ ସମୟ ଯାଏଁ ଅବରୋଧ ହୋଇଥିଲା । ଏ ସଂପର୍କରେ ଖବର ପାଇ ମୁଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ ନେତ୍ରୁତ୍ବରେ ଫରେଷ୍ଟ ଗାର୍ଡ ଶେଷଦେବ ନାଏକ, ଲୋଚନ ମାଝୀ ଓ ଲାଞ୍ଜି ସମିତିସଭ୍ୟ ବେଣୁଧର ବାଗଙ୍କ ସମେତ ସ୍ଥାନୀୟ ସ୍ବେଚ୍ଛାସେବୀମାନଙ୍କ ଉଦ୍ୟମରେ ଗଛ କାଟି ରାସ୍ତା ଅବରୋଧ ହଟାଯାଇଛି । ତେବେ ଗଛଟି ଉପୁଡ଼ି ପଡ଼ିବା ସମୟରେ ପାଖରେ ଥିବା ୪ଟି ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେହିପରି ଗଛ ପଡ଼ିଯିବା ପରେ ବିଦ୍ୟୁତ୍ ତାର ଛିଣ୍ଡି ମୁଷାନାଳ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିଲା । ତେବେ ବିଦ୍ୟୁତ୍ ବିଭାଗ ତ୍ବରିତ ପଦକ୍ଷେପ ନେଇ ବିଦ୍ୟୁତ୍ ସଂଯୋଗ କରିଥିବା ଜଣାପଡ଼ିଛି ।