Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହିଳାଙ୍କୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ଦୁଇ ସନ୍ଦିଗ୍ଧ

କଳାହାଣ୍ଡି :କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହର ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତା କଡରେ ମହିଳାଙ୍କୁ ଲୁଟ୍ ଉଦ୍ୟମ କରୁଥିବାବେଳେ ଲୋକଙ୍କ ଦ୍ବାରା ଧରା ପଡ଼ିଛନ୍ତି ଦୁଇଜଣ ସନ୍ଦିଗ୍ଧ ଯୁବକ । ସୂଚନାନୁଯାୟୀ, ଧର୍ମଗଡ଼ ସହର ଭୀମଖୋଜ ପଡ଼ାର ଜଣେ ମହିଳା ଆଜି ସକାଳୁ ଶୌଚ ପାଇଁ ବାହାରକୁ ବାହାରିଥିବାବେଳେ ଦୁଇଜଣ ଅଜଣା ଯୁବକ ମହିଳାଙ୍କ ନିକଟବର୍ତ୍ତୀ ହେବା ଦେଖି ସେ ଚିତ୍କାର କରିଥିଲେ । ତାଙ୍କ ପାଟିଶୁଣି ପଡ଼ା ଲୋକେ ରୁଣ୍ଡ ହୋଇ ଦୁଇ ଜଣ ଯୁବକଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଦୌଡ଼ି ପଳାଇଥିଲେ ।
ଏନେଇ ପଡ଼ାଲୋକେ ପୁଲିସକୁ ଖବର ଦେବାପରେ ପୁଲିସ ଆସି ସନ୍ଦିଗ୍ଧ ଯୁବକମାନଙ୍କୁ ନିଜ ଜିମାରେ ନେଇଥିଲା । ପୁଲିସ ପଚରାଉଚୁରା ପରେ ଦୁଇଜଣ ଯୁବକ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଦେଭୋଗ ଥାନା କେଣ୍ଟ ପଦର ଗାଁର କୁଞ୍ଜ ନାଗେଶ (୨୬ ବର୍ଷ) ଓ ହେମନ୍ତ ନେତମ (୨୭ ବର୍ଷ) ବୋଲି ଜଣାପଡ଼ିଛି l ତେବେ ଉଭୟଙ୍କ ନାଁରେ ଦେଭୋଗ ଥାନାରେ ମାମଲା ରୁଜୁ ଥିବାରୁ ସେମାନଙ୍କୁ ଛତିଶଗଡ଼ ପୁଲିସକୁ ହସ୍ତାନ୍ତର କରାଯାଇଛି ।