Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଡକ ଦୁର୍ଘଟଣାରେ ଆହତ ସାମ୍ବାଦିକ ନବୀନ ଦାଶ ଆଇୟୁସିରେ ଭର୍ତ୍ତି

ସମ୍ବଲପୁର: ସମ୍ବଲପୁରର ସାମ୍ବାଦିକ ନବୀନ ଦାଶ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ବୁର୍ଲାଭୀମାସର ଆଇୟୁସି ରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବା ମେଡିକାଲ ସୂତ୍ରରୁ ଖବର ମିଳିଛି। ନବୀନ ଓ ତାଙ୍କ ପତ୍ନୀ ନିରୁପମା ଶନିବାର ଜମନକିରା ଥାନା ଅନ୍ତର୍ଗତ ମୁକ୍ତେଶ୍ଵର ମନ୍ଦିର ଦର୍ଶନରୁ ଫେରୁଥବା ବେଳେ ସଡ଼କ ଦୁର୍ଘଟଣା ରେ ଗୁରୁତର ଆହତ ହୋଇଥିଲେ।
ମିଳିଥିବା ସୂଚନାମତେ, ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ଏନଏଚ ୫୩ ଗୌଡ଼ପାଲି – କୁଲୁଣ୍ଡି ମଝିରେ ପତରଫଣ୍ଡି ଛକରେ ଶନିବାର ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ବାଇକରେ ବସିଥିବା ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।ସ୍ଥାନୀୟ ଯୁବକମାନେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଆହତ ମାନଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡ଼ାକ୍ତରଖାନା ପଠାଇଥିଲେ।ଏହି ଘଟଣାରେ ସମ୍ୱଲପୁର କୁଲୁଥକାନିରେ ରହୁଥିବା ସାମ୍ବାଦିକ ନବୀନ ଦାସ ନିଜ ସ୍ତ୍ରୀ ନିରୁପମା ପଣ୍ଡାଙ୍କ ସହିତ ଜମନକିରା ନିକଟସ୍ଥ ମୁକ୍ତେଶ୍ଵର ମନ୍ଦିରକୁ ଯାଇଥିଲେ। ସେଠାରୁ ସେ ଓ ତାଙ୍କ ପତ୍ନୀଙ୍କ ସହ ବାଇକ୍ ଓଡ଼ି ୧୫ ୟୁ ୦୮୮୯ ଯୋଗେ ସମ୍ୱଲପୁରକୁ ଫେରୁଥିବା ସମୟରେ ଗୌଡ଼ପାଲି ନିକଟସ୍ଥ ପତରଫଣ୍ଡି ଛକରେ ସମ୍ୱଲପୁର ପଟୁ ଜମନକିରା ପଟକୁ ଯାଉଥିବା ଅନ୍ୟ ଏକ ବାଇକ୍ ଓଡ଼ି ୧୭ ଏଡି ୮୯୦୫ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ସମ୍ୱଲପୁର ପଟୁ ଜମନକିରା ପଟକୁ ଯାଉଥିବା ଏକ ବାଇକରେ ବରଗଡ଼ ଜିଲ୍ଲା ଆମ୍ଭାଭୋନା ବ୍ଲକର ଉତ୍ତମ ଗାଆଁର ଭାରତ ଭୁଏଙ୍କ ପୁଅ ସାନ୍ତାନୁ ଭୁଏ ଓ ଦୟାନିଧି ବୁଡେକଙ୍କ ପୁଅ ସନ୍ତୋଷ ବୁଡେକ ଥିଲେ। ତେବେ ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ, ଉଭୟ ବାଇକରେ ବସିଥିବା ୪ ଜଣ ଯାକ ଛିଟିକି ଛିଟିକି ପଡ଼ିଥିଲେ। ତେବେ ଦୁର୍ଘଟଣାରେ ସାମ୍ବାଦିକ ନବୀନ ଦାସ ଓ ସନ୍ତୋଷ ଭୁଏ ଅତ୍ୟନ୍ତ ଗୁରୁତର ହୋଇ ପଡ଼ିଥିଲେ। ଏନଏଚଏଆଇ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଚିକିତ୍ସା ପାଇଁ ବୁର୍ଲା ଡ଼ାକ୍ତରଖାନା ପଠାଯାଇଛି। ନବୀନ ଜଣେ କର୍ମନିଷ୍ଟ ସରଳ ମଣିଷ ହୋଇଥିବାରୁ ନବୀନଙ୍କ ଉଚ୍ଚତର ଚିକିତ୍ସା ଓ ଆଶୁ ଆରୋଗ୍ୟ କାମନା କରି ଜିଲ୍ଲାର ସମସ୍ତ ସାମ୍ବାଦିକ, ବହୁ ବରିଷ୍ଠ ନାଗରୀକ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଭେଟିବାସହ ଉଚ୍ଚତର ଚିକିତ୍ସା ପାଇଁ ସରକାରଙ୍କ ଠାରେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ