ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଞ୍ଚାୟତର ତଲାବିରା 2-3 କୋଇଲା ଖଣି କରୁଥିବା NLC କମ୍ପାନୀ ଦ୍ଵାରା ଅଧିଗ୍ରହଣ ଖିଣ୍ଡା ପଞ୍ଚାୟତର ସମ୍ପତ୍ତି ର କ୍ଷତିପୂରଣ ଶିଘ୍ର ଦେବା ଓ କମ୍ପାନୀ ର CSR ପାଣ୍ଠି ରୁ ଖିଣ୍ଡା ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଦେଇଥିବା ପ୍ରତିଶ୍ରୁତି ଅତିଶିଘ୍ର ପୁରଣ ପାଇଁ ଦାବି କରିଥିଲେ। ଦାବି ପୁରଣ ନ ହେଲେ ଆନ୍ଦୋଳନର ଚେତାବନୀ ଦେଇଥିଲେ ଖିଣ୍ଡା ଗ୍ରାମବାସୀ। ଖିଣ୍ଡା ସରପଞ୍ଚ ସନ୍ଧ୍ୟାରାଣୀ ଙ୍କ ନେତୃତ୍ୱ ରେ ଅଞ୍ଚଳ ର ଶ୍ରମିକ ନେତା ବାବୁଲୁ ରାଉତ, ରୁଦ୍ର ପଧାନ, ହିମାଂଶୁ ମଲ୍ଲିକ, ସୁବ୍ରତ ବୁଧିଆ ଙ୍କ ସହ ବହୁ ଗ୍ରାମବାସୀ NLC କମ୍ପାନୀ କୁ ଯାଇ କମ୍ପାନୀ କତୃପକ୍ଷ ଙ୍କ ତରଫରୁ CGM Chidku Dayanand, HR head Subrat Biswal ଙ୍କୁ ଦୁଇଟି ଦାବି ପତ୍ର ଦେବା ସହ ଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନ କୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଥିଲେ।
ସୁଚନାଯୋଗ୍ୟ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ମାନଙ୍କରେ ସରକାରୀ ପାଣ୍ଠି ବିନିଯୋଗ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ କରଯାଇଥିଲା କିନ୍ତୁ ତଲାବିରା 2 ଓ 3 କୋଇଲା ଖଣି ପାଇଁ ଅଧିଗ୍ରହଣ ହେବା ଦ୍ବାରା ଖିଣ୍ଡା ଗ୍ରାମପଞ୍ଚାୟତର ଅନେକ କ୍ଲବ ଘର, ମହିଳାସମିତି, ଗ୍ରାମସେବକ ବାସଗୃହ, ମାର୍କେଟ କମପ୍ଲେକ୍ସ, ବଜାର ପିଣ୍ଡି, କୂପ ଓ ନଳକୂପ ଅଧିଗ୍ରହଣ ହେଇଛି। ଏଣୁ NLC ଓ ଖିଣ୍ଡା ଗ୍ରାମପଞ୍ଚାୟତ ର ମିଳିତ କମିଟି ଗଠନ କରି କ୍ଷେତ୍ର ପରିଦର୍ଶନ କରି ତାଲିକା ପ୍ରସ୍ତୁତ କରାଯାଉ ଓ ତାର କ୍ଷତିପୂରଣ ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରାଯାଉ। ଏବଂ 2022 ମସିହାରେ ତଲାବିରା ପୋଖରୀର ଗାଧୁଆ ଘାଟର କ୍ଷତିପୂରଣ ଟଙ୍କା 32 ଲକ୍ଷ ଆଜିପର୍ଯ୍ୟନ୍ତ ପ୍ରଦାନ କରାଯାଇ ନହିଁ ତାହାକୁ ମଧ୍ୟ ତୁରନ୍ତ ପ୍ରଦାନ କରାଯାଉ ।
ଖୁଣ୍ଡା ଗ୍ରାମପଞ୍ଚାୟତର ଦାବୀ ଅନୁଯାଇ CSR ପାଣ୍ଠି ବିନିଯୋଗ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅନୁମୋଦନ କରାଯାଇଥିଲା ହେଲେ କିଛି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରାଯାଉନାହିଁ ତଥା ଅନେକ ଆଜିପର୍ଯ୍ୟନ୍ତ ଆରମ୍ଭ କରାଯାଇ ନାହିଁ। କାର୍ଯ୍ୟ ଗୁଡ଼ିକ ହେଲା ଗ୍ରାମପଞ୍ଚାୟତ ଉନ୍ନତିକାରଣ, ଷ୍ଟେଜ ସ୍କୁଲ ପଡିଆ, ଗାଧୁଆ ଘାଟ ମାତୁଳୁକେମ୍ପ ଅମୃତ ସରୋବର, ଦେମୂଲପଡା ଅମୃତ ସରୋବର, ଗୁଡ଼ିକ ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ, ୪୦ ଗୋଟି ସିମେଣ୍ଟ ଚେୟାର ଆରମ୍ଭ ହୋଇ ନାହିଁ, ହାଇମାଷ୍ଟ ଲାଇଟ ୩ଟି ଆରମ୍ଭ ହୋଇ ନହିଁ, ପାର୍କ ଉନ୍ନତି କାରଣ, ଆର୍ଟ ଗେଟ ଆରମ୍ଭ ହୋଇ ନାହିଁ, ତଲାବିରା କୀର୍ତନ ମଣ୍ଡପ ଆରମ୍ଭ ହୋଇ ନହିଁ, ଦନ୍ତମୁରା କୀର୍ତନ ମଣ୍ଡପ ଆରମ୍ଭ ହୋଇ ନାହିଁ, ପାନୀଯ ଜଳ ଯୋଗାଣ ଅସମ୍ପୂର୍ଣ୍ଣ, ଚାଳଟିକିରା ଶିବ ମନ୍ଦିର ଭୋଗ ମଣ୍ଡପ ଆରମ୍ଭ ହୋଇ ନାହିଁ, ସ୍କୁଲ ସାମ୍ନା ଫେଭୋର ବ୍ଲକ ଆରମ୍ଭ ହୋଇ ନାହିଁ, ଡାକ୍ତରଖାନା ଗେଟ ଓ ବିଶ୍ରାମ ଗୃହ ଆରମ୍ଭ ହୋଇ ନାହିଁ, ଗଭୀର ନଳକୂପ
ଲାଣ୍ଡୁପାଳି, ଚଳଟିକିରା, ଗ୍ରାମୀଣ ପାର୍କ ଓ ବାବୁଖିଣ୍ଡା ସ୍କୁଲ ସାମ୍ନା ଆରମ୍ଭ ହୋଇ ନାହିଁ। ଏହି ସମସ୍ତ ଉନ୍ନୟନ କାମ ଗୁଡିକ ତୁରନ୍ତ ଆରମ୍ଭ କରି ସମ୍ପୂର୍ଣ ନକଲେ ଗ୍ରାମପଞ୍ଚାୟତ ତରଫରୁ ଆଗାମୀଦିନରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀମାନେ।
NLC କମ୍ପାନୀ ଦ୍ଵାରା ଅଧିଗ୍ରହଣ ଖିଣ୍ଡା ପଞ୍ଚାୟତର ସମ୍ପତ୍ତି ର କ୍ଷତିପୂରଣ। କମ୍ପାନୀ ର CSR ପାଣ୍ଠି ରୁ ଖିଣ୍ଡା ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଦେଇଥିବା ପ୍ରତିଶ୍ରୁତି ପୁରଣ ପାଇଁ ଦାବି। ଦାବି ପୁରଣ ନ ହେଲେ ଆନ୍ଦୋଳନର ଚେତାବନୀ।
