ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଗଣେଶ ନଗର ଠାରେ ବାଇକ୍ ଓ ଏକ୍ଟିଭା ମଧ୍ୟରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ରେଙ୍ଗାଲି ବ୍ଲକ ବିଞ୍ଜିପାଲି ଗ୍ରାମର ହେଲେସ ପାଲୋନି ସିବିଲ (୫୫) ଏକ ଏକ୍ଟିଭା ( ଓଡ଼ି ୧୫ A ୮୩୭୯) ଯୋଗେ ରାସ୍ତା ଅତିକ୍ରମ କରୁଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ର କାର୍ତ୍ତିକ ରୋହିଦାସ ଏକ ବାଇକ୍ ( ଓଡି ୨୩ S ୧୫୦୬) ରେ ଧକ୍କା ଦେଇଥିଲେ। ଫଳରେ ହେଲେଶ ଙ୍କ ପାଦ ଛିଣ୍ଡି ପଡ଼ିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଡ଼ାକ୍ତରଖାନା ପଠାଯାଇଛି। ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବାଇକ୍ ଓ ଏକ୍ଟିଭା ମଧ୍ୟରେ ଦୁର୍ଘଟଣା। ଦୁଇ ଗୁରୁତର।
