Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୦ ଗ୍ରାମ ବ୍ରାଉନସୁଗାର ସହିତ ଦମ୍ପତିଙ୍କୁ ଗିରଫ

ସମ୍ବଲପୁର:ନିଶା କାରବାର କରି ରାତାରାତି ଲକ୍ଷପତି ସାଜିବା ଲୋଭ ମହାଙ୍ଗା ପଡିଛି ଏକ ପରିବାରକୁ। ନିଶା କାରବାର ରୋକିବା ଅଭିଯାରେ ବରଗଡ଼ ପୋଲିସ ଏକ୍ସନ ମୁଡ଼ରେ ଥିବାରୁ ବ୍ରାଉନସୁଗାର କାରବାର ସହିତ ଏକ ଦମ୍ପତ୍ତି ଆଜି ପୋଲିସ ଜାଲରେ ଛନ୍ଦି ହୋଇ ଜେଲ ଯିବାକୁ ପଡିଛି।
ସୂଚନା ମତେ ମଙ୍ଗଳବାର ସକାଳୁ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ନିକଟରୁ ୭୦ ଗ୍ରାମ ବ୍ରାଉନସୁଗାର ସହିତ ଦମ୍ପତିଙ୍କୁ ଗିରଫ କରିଛି ବରଗଡ଼ ପୋଲିସ। ଗିରଫ ଦମ୍ପତି ହେଲେ, ସ୍ଥାନୀୟ ୱାର୍ଡ଼ ନଂ- ୫ ବିଶିପଡାର ସୁକାନ୍ତ ସୁନା (୩୫) ଏବଂ ସ୍ତ୍ରୀ ରୋଜି (୩୫) । ସେମାନଙ୍କ ପାଖରୁ ନଗଦ ୧ଲକ୍ଷ ୪ହଜାର ଟଙ୍କା, ଏକ ଚେକ୍ ବୁକ୍ ଏବଂ ଏକ ବ୍ୟାଙ୍କ ପାସବୁକ୍ ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନା ପୋଲିସ୍ ଏକ ମାମଲା (ନଂ-୩୫୯/୨୫) ରୁଜୁ କରି ଦାମ୍ପତ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ସହରରେ ଏହି ନିଶା କାରବାର ନେଇ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ