Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ରେ ଫାଇଲେରିଆ ରୋଗ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ଫାଶିମାଳ ସିଏଚସି ପକ୍ଷରୁ ଆଜି ଜମନକିରା ପଞ୍ଚାୟତରେ ଫାଇଲେରିଆ ରୋଗ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ଆଗାମୀ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପରିପ୍ରେକ୍ଷୀରେ ଆଜି ଜମନକିରା ପଞ୍ଚାୟତ ସ୍ତରରେ ଶିକ୍ଷା ବିଭାଗ, କୃଷି ବିଭାଗ, ସ୍କୁଲ, ବ୍ୟାଙ୍କ, କଲେଜ ଆଦି ବିଭିନ୍ନ ଅନୁଷ୍ଠାନ କୁ ଯାଇ ସଚେତନ କରାଯାଇଥିଲା। ଫାଇଲେରିଆ ରୋଗ କିପରି ନହେବ ସେଥିପାଇଁ ସାମୁହିକ ଔଷଧ ସେବନ କରିବା, ଯିଏ ରୋଗରେ ଆକ୍ରାନ୍ତ ହୋଇଛନ୍ତି ତାଙ୍କର କିପରି ଯତ୍ନ ନେବା, ବଡ ଲୋକଙ୍କୁ ଔଷଧ ର ପ୍ରୟୋଗ, ଛୋଟ ଛୁଆଙ୍କୁ ଔଷଧ ଖୁଏଇବା ଆଦି ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ସହଯୋଗୀ ମାନେ ସଚେତନତା ବାର୍ତ୍ତା ଦେଇଥିଲେ। ଆସନ୍ତା ଅଗଷ୍ଟ ୧୦ ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସାମୁହିକ ଔଷଧ ସେବନରେ ଯେପରି ସମସ୍ତେ ଔଷଧ ଖାଇବେ ସେ ଦିଗରେ ସଚେତନ କରେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜମନକିରା, କୁଲୁଣ୍ଡୀ ଓ ବଡରମା ଦାୟିତ୍ୱରେ ଥିବା ପଞ୍ଚାୟତ ସ୍ତରୀୟ ମୋବିଲାଇଜର ରଞ୍ଜିତା ପଟେଲ ବିଭିନ୍ନ ଅନୁଷ୍ଠାନ ବୁଲି ସଚେତନ କରେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ