Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ରୁ ଚୋରୀ କରି ୪ ଚୋର ଗିରଫ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ମଙ୍ଗଳପୁର ୟୁପି ସ୍କୁଲ୍ ରୁ ଚୋରୀ କରି 4 ଜଣ ଗିରଫ ହୋଇଥିବାର ଓ ଚୋରୀ ସାମଗ୍ରୀ ଉଦ୍ଧାର ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଗତ 26 ତାରିଖ ରାତିରେ ରେଙ୍ଗାଲି ଥାନା ଅନ୍ତର୍ଗତ କାସିପାଲି ଗ୍ରାମର କ୍ଷମାସିନ୍ଧୁ ବଞ୍ଚୋର (29), ମଙ୍ଗଳପୁର ଗ୍ରାମ ର ନୃପ ଖଡିଆ (21), କତର ବଗା ଥାନା ଅନ୍ତର୍ଗତ ପରଦେଶୀ ପାଲି ଗ୍ରାମର ନାଗାର୍ଜୁନ ଖଡ଼ିଆ (22), ଅର୍ଜୁନ ଖାଡ଼ିଆ (19), ମଙ୍ଗଳପୁର ଗ୍ରାମ ୟୁପି ସ୍କୁଲର ତିନୋଟି କ୍ଲାସ ରୁମ ର ତାଲା ଭାଙ୍ଗି ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଥିବା ଚାଉଳ ରୂ 11 ପକେଟ୍ ( ପ୍ରାୟ ୫.୫ କୁଇଣ୍ଟାଲ), ଦୁଇଟି ଷ୍ଟାଣ୍ଡ ପଙ୍ଖା, ଓ ଗୋଟିଏ ସାମ୍ ସଙ୍ଗ ଏଲ ଲି ଡି ଟିଭି ଚୋରୀ କରି ନେଇଯାଇଥିଲେ। ଏନେଇ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ରେଙ୍ଗାଲି ଥାନା ରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ ଚୋରୀ ମାମଲା ରୁଜୁ କରି ତଦନ୍ତ କରିଥିଲା। ପୋଲିସ ବିଭିନ୍ନ ସ୍ଥାନ ରେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିଥିଲା। ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories