Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଥର ବିନା ଡିଜେ ଓ ବାଣରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ସମୟରେ ବାଣ ଫୁଟାଇବା ଓ ଡିଜେ ମ୍ୟୁଜିକ୍ ବାଜିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।ମେ ୨୪ ଏବଂ ୨୫ରେ ଶୀତଳ ଷଷ୍ଠୀ ମହୋତ୍ସବ ଅନୁଷ୍ଠିତ ହେବାର ଯୋଜନା ରହିଛି। ଏହି ସମୟରେ ଡିଜେ ମ୍ୟୁଜିକ୍‌ ବଜାଇବାକୁ ଏବଂ ବାଣ ଫୁଟାଇବାକୁ ଅନୁମତି ମିଳିବନି।

ଶୀତଳ ଷଷ୍ଠୀ ଆୟୋଜନକୁ ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ, ପୋଲିସ ଏବଂ ଜିଲ୍ଲା ଅଧିକାରୀ ଯୋଗ ଦେଇଥିଲେ। ଏଡିଏମ୍ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ବିବାହ ରୀତିନୀତି ଅନୁଯାୟୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ ମେ ୨୪ରେ କେଦାର ଗୌରୀ ମନ୍ଦିରରେ ଅନୁଷ୍ଠିତ ହେବ ଏ‌ବଂ ସେହି ଦିନ ଲିଙ୍ଗରାଜ ମନ୍ଦିରରୁ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଶୋଭାଯାତ୍ରା ବାହାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ