ରାସ୍ତା ର ଦୂରାବସ୍ଥା ପାଇଁ ୯ ଘଣ୍ଟା ରାସ୍ତା ରୋକ କଲେ ହୀରାକୁଦ ବିସ୍ଥାପିତ ଗ୍ରାମବାସୀ।


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ମହକୁମା ଠାରୁ ସପ୍ନେ ସେତୁ ଦେଇ ଝାରସୁଗୁଡ଼ା ଜିଲ୍ଲା କୁ ସଂଯୋଗ କରୁଥିବା ରାସ୍ତା ର ଦୂରାବସ୍ଥା ନେଇ ୯ ଘଣ୍ଟା ରାସ୍ତା ରୋକ କଲେ ହୀରାକୁଦ ବିସ୍ଥାପିତ ଗ୍ରାମବାସୀ।
। ରେଙ୍ଗାଲି ବ୍ଲକ ସପ୍ନେ ଠାରେ ଇବ ନଦୀ ଉପରେ ସେତୁ ନିର୍ମାଣ ହେବା ଦିନଠାରୁ ଝାରସୁଗୁଡ଼ା ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ମଧ୍ୟରେ ଯାତାୟାତ ବୃଦ୍ଧି ପାଇଛି। ଏହି ରାସ୍ତା ଉପରେ ହୀରାକୁଦ ବିସ୍ଥାପିତ ରେଙ୍ଗାଲି ବ୍ଲକ ର ସାଲଡ଼, ତୁରିଟିକ୍ରା, ଯୁଗିପାଲି, ସପ୍ନେ, ବାରିକ ପାଲି, କୁର୍ଲା, ଗ୍ରାମ ର ଗ୍ରାମବାସୀ ଙ୍କ ସହ ଝାରସୁଗୁଡ଼ା ଜିଲ୍ଲା ଓ ପଡ଼ୋଶୀ ଛତିସଗଡ଼ ରାଜ୍ୟ ର ଲୋକେ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ଶହ ଶହ ଛୋଟ ବଡ଼ ଛାତ୍ର ଛାତ୍ରୀ, ରୋଗୀ ବୃଦ୍ଧ ବୃଦ୍ଧା ଙ୍କ ସହ ବହୁ ଲୋକେ ଯିବା ଆସିବା କରିଥାନ୍ତି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲା ର ସାହାଜବାହଲ ରେ ଥିବା ଜେ ଏସ ଡବ୍ଲୁ କାରଖାନା ଓ ଇବ ଥର୍ମାଲ ସ୍ଥିତ ଓ ପି ଜି ସି କାରଖାନା ର ପାଉଁଶ, କୋଇଲା ବୋଝେଇ ଭାରି ଯାନ ଗୁଡ଼ିକ ଚାଲିବା ଦିନଠାରୁ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ରାସ୍ତା ରେ ବଡ଼ ବଡ଼ ଗାତ ହୋଇଥିବାରୁ ବର୍ଷା ଦିନେ ପାଣି ଜମି ଯିବାରୁ ଗାତ ଗୁଡ଼ିକ ପୋଖରୀ ର ଭ୍ରମ ସୃଷ୍ଟି କରୁଛନ୍ତି। ବୁଧବାର ଦିନ ସକାଳ 8 ଟାରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ତୁରିଟିକ୍ରା ଛକ ଠାରେ ସାଲଡ଼, ତୁରିଟିକ୍ରା, ଯୁଗିପାଲି, ସପ୍ନେ, ବାରିକ ପାଲି, କୁର୍ଲା, ଗ୍ରାମ ର ଗ୍ରାମବାସୀ
ରାସ୍ତା ରୋକ କରିଥିଲେ। ରାସ୍ତା ରୋକ ଯୋଗୁଁ ରାସ୍ତା ରେ ଶହ ଶହ ଗାଡି ଅଟକି ରହିଥିଲା। ଖବର ପାଇ ରେଙ୍ଗାଲି ତହସିଲଦାର ଜ୍ଞାନରଞ୍ଜନ ମାଝୀ, ଅତିରିକ୍ତ ତହସିଲଦାର କିଶୋର କୁମାର ସାହୁ, ରେଙ୍ଗାଲି ଥାନା ଅଧିକାରୀ ଗୁରୁଦେବ କୁର୍ମି ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟି କଲେକ୍ଟର ସୁଶାନ୍ତ ନାୟକ ଘଟଣା ସ୍ଥଳକୁ ପହଞ୍ଚି ଆନ୍ଦୋଳନ କାରୀ ଗ୍ରାମବାସୀ ଙ୍କ ଶହ ଆଲୋଚନା କରିଥିଲେ। ଆସନ୍ତା 8 ଅଗଷ୍ଟ ରେ ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ରେ ଏକ ତ୍ରିପାକ୍ଷିକ ଆଲୋଚନା ହେବା ର ପତ୍ରିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା। ଏହି ତ୍ରିପାକ୍ଷିକ ଆଲୋଚନା ରେ ଗ୍ରାମବାସୀ, କମ୍ପାନୀ କର୍ତୁପକ୍ଷ ଓ ଜିଲ୍ଲାପାଳ ଙ୍କୁ ନେଇ ଅନୁଷ୍ଟିତ ହେବ। ଗ୍ରାମବାସୀ ଙ୍କୁ ନେ଼ଇ ଏକ କମିଟି ଗଠନ କରାଯାଇଛି ଏହି କମିଟି ରେ ରାସ୍ତା ରୋକ ନେତୃତ୍ୱ ନେଇଥିବା ସୁନ୍ଦର ମଣି ନାୟକ, ରେଙ୍ଗାଲି ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ଅନ୍ତର୍ଯ୍ୟାମୀ ପାଣି, ସୁବାଷ ଚନ୍ଦ୍ର ବିଶ୍ଵାଳ, ବବିତା ଦାସ, ରମାକାନ୍ତ ବିଶ୍ଵାଳ, ବିରଞ୍ଚି ବିଶ୍ଵାଳ ରହିଛନ୍ତି। ଆସନ୍ତା 8 ତାରିଖ ଯାଏଁ ଉକ୍ତ ରାସ୍ତା ରେ କମ୍ପାନୀ ର ଭାରି ଯାନ ଚଳାଚଳ ବନ୍ଦ ରହିବ ବୋଲି ଡେପୁଟି କଲେକ୍ଟର କହିଛନ୍ତି।
ସୂଚନାଯୋଗ୍ୟ ଗତ 18 ତାରିଖ ଦିନ ରାସ୍ତା ର ଶୋଚନୀୟ ଅବସ୍ଥା ନେଇ ହୀରାକୁଦ ବିସ୍ଥାପିତ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ପତ୍ର ଦେଇଥିଲେ। ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଗ୍ରାମବାସୀ ବାଧ୍ୟହୋଇ ରାସ୍ତା ରୋକ କରିଥିଲେ। ସୁନ୍ଦର ମଣି ନାୟକ ଙ୍କ ନେତୃତ୍ୱ ରେ ଗଣେଶ ନାୟକ, ଅକୁଲ ଦେହୁରୀ, ଶ୍ରୀକାନ୍ତ ଦାସ, ରାମେଶ୍ବର ମହାକୁଡ ଙ୍କ ସହ ଶହ ଶହ ଗ୍ରାମବାସୀ ସାମିଲ ଥିଲେ।