ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଅବିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ର ବୈଠକ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ବୀରମହାରାଜପୂର୍ ବ୍ଲକ ମୁର୍ଷୁଣ୍ଢି କ୍ଳଷ୍ଟର ଅନ୍ତର୍ଗତ ପିଏମ ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ପୂର୍ବାହ୍ନରେ ୨୦୨୫/୨୬ ଶିକ୍ଷା ବର୍ଷର ଦ୍ଵିତୀୟ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ର ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳିଆ କର୍ମୀ ସଭାର ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସଭାରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗଦାନ କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିତା ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଦ୍ୟୁମ୍ନ ସେଠି ବାଲ୍ ବାଟିକା ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ମନୋଜ ନାୟକ ଆସ ଆମେ ସ୍କୁଲ ଯିବା ଏବଂ ମାଁ ପାଇଁ ଗଛଟିଏ ବିଷୟରେ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଅନେକ ବିଷୟରେ ଆଲୋଚନା କରିବା ସହିତ ଶିକ୍ଷକ ନୀଳାମ୍ବର ମେହେର ସଭା ପରିଚାଳନା କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସଙ୍ଗୀତା ପଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।