Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ଆସପଣ୍ଡ ସର୍ଭେ କୁ ଗ୍ରାମବାସୀ ଙ୍କ ବିରୋଧ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଏକ ଶିଳ୍ପାଞ୍ଚଳ। ରେଙ୍ଗାଲି ବ୍ଲକ ରେ ବହୁ ଗୁଡିଏ ଛୋଟ ବଡ଼ କଲକାରଖାନା ଗାଡି ଉଠିଛି। ରେଙ୍ଗାଲି ବ୍ଲକ ର ଠେଲକଲୋଇ ଠାରେ ଭୂଷଣ କାରଖାନା ରହିଛି। ଭୂଷଣ କାରଖାନା ପାଇଁ ଠେଲକଲୋଇ ବାସୀ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। କାରଖାନା ର ପ୍ରଦୂଷଣ ପାଇଁ ଲୋକଙ୍କୁ ବହୁ ରୋଗ ରେ ଆକ୍ରାନ୍ତ ହେବା ସହ ପରିବେଶ ବହୁ ପ୍ରଦୂଷିତ ହେଉଛି। ଏବେ ପୁଣି ଗୋଟିଏ ପାଉଁଶ ପୋଖରୀ ପାଇଁ ସର୍ଭେ କୁ ଗ୍ରାମବାସୀ ଜୋରଦାର ବିରୋଧ କରୁଛନ୍ତି। ଠେଲକଲୋଇ ଗ୍ରାମର ଅଧିକାଂଶ ଜମିକୁ ଭୂଷଣ କାରଖାନା ଦ୍ୱାରା ଅଧିକୃତ ହୋଇଛି। ଗ୍ରାମଟି ଚତୁରପାର୍ଶ୍ୱରୁ କଲକାରଖାନା, କୋଇଲା ଖଣି ଆଦି ଦ୍ୱାରା ଘେରି ରହିଛି। ଗ୍ରାମଟି ସମ୍ପୂର୍ଣ୍ଣ ରୂପେ ପ୍ରଦୂଷିତ। ଗ୍ରାମର ଭେଡେନ ନଦୀ କୂଳରେ ଏକ ପାଉଁଶ ପୋଖରୀ ରହିଛି। ଏବେ ଗତ 13/05 ତାରିଖ ଦିନ ହଟାତ ଇଡକୋ ତରଫ ରୁ ପାଉଁଶ ପୋଖରୀ ନିମନ୍ତେ ଏକ ସର୍ଭେ ଦଳ ପୋଲିସ ଫୋର୍ସ ଧରି ସର୍ଭେ କରୁଥିଲେ। ଗ୍ରାମବାସୀ ଙ୍କୁ ସନ୍ଦେହ ହେବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଗ୍ରାମବାସୀ ଭୂଷଣ କାରଖାନା ଯୋଗୁଁ ଥରେ ବିସ୍ଥାପିତ ହୋଇଛନ୍ତି। ଗ୍ରାମବାସୀ ଗ୍ରାମରେ ଆଉ କୌଣସି କାରଖାନା, ପାଉଁଶ ପୋଖରୀ, କୋଇଲା ସ୍ଲାଡ଼ିଂ କରିଦେବୁ ନାହିଁ ବୋଲି ଗ୍ରାମବାସୀ ଶପଥ କରିଛନ୍ତି। ଗ୍ରାମବାସୀ ଙ୍କ କହିବା ଆନୁଯାୟୀ ଆମେ ଥରେ ବିସ୍ଥାପିତ ହୋଇଛୁ। ଭୂଷଣ କାରଖାନା ର ପ୍ରଦୂଷଣ ଯୋଗୁଁ ଗ୍ରାମବାସୀ ବହୁ ରୋଗରେ ପୀଡିତ ହେଉଛନ୍ତି। ଛାତ୍ର ଛାତ୍ରୀ ଙ୍କ ପାଠପଢା ପ୍ରଭାବିତ ହେଉଛି। ନଳକୂପ ମାନଙ୍କ ଜଳସ୍ତର ହ୍ରାସ ପାଉଛି। ଏହି ବିଷୟରେ ଗ୍ରାମବାସୀ 2010 ମସିହା ରୁ ଜାତୀୟ ମାନବାଧିକାର କମିଶନ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଙ୍କୁ ନିବେଦନ କରିଆସୁଥିଲେ ମଧ୍ୟ ଏବେ ପୁଣି ପାଉଁଶ ପୋଖରୀ ପାଇଁ ସର୍ଭେ କରୁଥିବାରୁ ସରକାର ଜନସାଧାରଣ ଙ୍କ ଧନ ଜୀବନ ସୁରକ୍ଷା ଅପେକ୍ଷା କଲକାରଖାନା ନିର୍ମାଣ କୁ ବେସି ଗୁରୁତ୍ୱ ଦେଉଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ