Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ।

ରେଙ୍ଗାଲି:ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ପକ୍ଷରୁ ଆଜି ଢରୋ୍ପାଣି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି।ଏହି ଉତ୍ସବରେ ରମେଶ ଚନ୍ଦ୍ର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଜଗନ୍ନାଥ ମନ୍ଦିରର ପୂଜକ ପ୍ରିତମ ପାଣିଗ୍ରାହୀ ଓ ଅବସର ପ୍ରାପ୍ତ ଖେଳ ଶିକ୍ଷକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କରୁଣାକର ପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବାଟିକା ପ୍ରମୁଖ ମମତା ନାୟକ ସଭା ପରିଚାଳନା କରିଥିଲେ । ଶିଶୁ ଭାଇମାନେ କୃଷ୍ଣ ବେଶ ଓ ଭଉଣୀ ମାନେ ରାଧା ବେଶରେ ସଜ୍ଜିତ ହୋଇ ରାଧାକୃଷ୍ଣ ମନ୍ଦିରକୁ ଆସିଥିଲେ। ମନ୍ଦିରରେ ପୂଜାର୍ଚ୍ଚନା ସରିବା ପରେ ଭାଇ ଭଉଣୀ ମାନଙ୍କର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯକ୍ରମରେ ଶୋଭାଗିନି ସେଠ୍, ଲିଜା ଷଣ୍ଢ, ସପ୍ନା ସୋହେଲା ,ରଶ୍ମିରେଖା ସାହୁ, ନିହରିକା ସେନାପତି, ବର୍ଷା ମହାନନ୍ଦ, ଜୁଲି ବାଗ, ହସିନା ମାହାଣା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।ବିଦ୍ୟାଳୟର ସଭାପତି ରାଜୀବ କୁମାର ମିଶ୍ର, ସଂପାଦକ ସରୋଜ ବିଶୋଇ, ସମସ୍ତ ଗୁରୁଜୀ ଗୁରୁମା ଓ ଢରୋପାଣି ଗ୍ରାମର ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ରହିବା ସହିତ ସହଯୋଗ କରିଥିଲେ।
ସେହିପରି ରେଙ୍ଗାଲି ସ୍ଥିତ ଯୁଗାନ୍ତର କିଡ ପ୍ଲେ ସ୍କୁଲ ରେ ମଧ୍ୟ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା। କୁନି କୁନି ଛାତ୍ର ଛାତ୍ରୀ ମାନେ କୃଷ୍ଣ ଓ ରାଧା ବେଶ ରେ ସଜ୍ଜିତ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories