Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ଜିଲ୍ଲାକୁ ମିଳିବ ଚତୁର୍ଥ ଜାତୀୟ ଜଳ ପୁରସ୍କାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ମିଳିବ ଚତୁର୍ଥ ଜାତୀୟ ଜଳ ପୁରସ୍କାର। ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ପାଇବା ନିମନ୍ତେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ଅଭିନନ୍ଦନ ଜଣାଯାଇଛି।

ଗଞ୍ଜାମ ଜିଲ୍ଲା ପ୍ରଥମ ରାଙ୍କ ଶ୍ରେଷ୍ଠ ଜିଲ୍ଲା କ୍ୟାଟେଗୋରୀରେ ଜାତୀୟ ଜଳ ପୁରସ୍କାର-୨୦୨୨ ପାଇବ ବୋଲି ମନ୍ତ୍ରଣାଳୟ ସଚିବ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ପୁରସ୍କାର ପ୍ରଦାନ ପାଇଁ ତାରିଖ ଆଗକୁ ଜଣାଇ ଦିଆଯିବ ବୋଲି ଜଣାଯାଇଛି।

ଜଳ ସଂରକ୍ଷଣ, ଭୂତଳ ଜଳ ରିଚାର୍ଜ, ବର୍ଜ୍ୟ ଜଳର ଶୁଦ୍ଧିକରଣ ଏବଂ ପୁନଃ ବ୍ୟବହାର, ବୃହତ ବୃକ୍ଷରୋପଣ ଏବଂ ଜନ ସଚେତନତା ଏବଂ ଜଳ ସଂରକ୍ଷଣ ତଥା ପରିଚାଳନାରେ ଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଜଳ ସମ୍ପଦ, ଜଳସେଚନ, ଜଙ୍ଗଲ, ଉଦ୍ୟାନ କୃଷି, କୃଷି, ଭୂତଳ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ ଇତ୍ୟାଦିର ମିଳିତ ଉଦ୍ୟମର ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ