Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ବ୍ଲକ ଯୋଗାଣ ବିଭାଗ କେଲେଙ୍କାରି; ମୃତ ବ୍ୟକ୍ତିଙ୍କ ନାଁରେ ବିପିଏଲ ଚାଉଳ ହଡପ ଅଭିଯୋଗ ……ସାମାଜିକ ସମୀକ୍ଷା ବୈଠକରେ ଉଦବେଗ…ତଦନ୍ତ କରାଗଲେ ବାହାରିବ ଆହୁରି ଅନେକ ଗୁମର…

ଜମନକିରା : ଜମନକିରା ବ୍ଲକରେ ମୃତ ବ୍ୟକ୍ତିଙ୍କ ନାଁରେ ବିପିଏଲ ଚାଉଳ ହଡପ ହୋଇଥିବା ନେଇ ସାମାଜିକ ସମୀକ୍ଷା ବୈଠକରେ ଉଦବେଗ ପ୍ରକାଶ ପାଇଛି। ବ୍ଲକରେ ଥିବା ୨୧ ଗୋଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ମୃତ୍ୟୁ ହୋଇଯାଇଥିବା ବିପିଏଲ ରାସନକାର୍ଡଧାରି ଙ୍କ ନାଁରେ ଥିବା କାର୍ଡରେ ଚାଉଳ ଉଠାଯାଇଥିବା ନେଇ ଜାତୀୟ ଖାଦ୍ୟ ନିରାପତ୍ତା ସମୀକ୍ଷା ବୈଠକରେ ଯାଞ୍ଚ କମିଟିରେ ନିୟୋଜିତ ହୋଇଥିବା ଗ୍ରାମ୍ୟ ସମ୍ବଳ ବ୍ୟକ୍ତି (ଭିଆରପି) ମାନେ ପ୍ରକାଶ କରିଛନ୍ତି। ଏମିତିକି କେନାଢ଼ିପା ପଞ୍ଚାୟତରେ ଦୀର୍ଘ ୨୦୧୭ ମସିହାରୁ ମୃତ ବ୍ୟକ୍ତିଙ୍କ ନାଁରେ ବିପିଏଲ ଚାଉଳ ହଡପ ହୋଇଥିବା ନେଇ ସମୀକ୍ଷା ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଉକ୍ତ ବ୍ୟକ୍ତି ମୃତ୍ୟୁ ହେବା ପରେ ହରିଶ୍ଚନ୍ଦ୍ର ଯୋଜନାରେ ପଞ୍ଚାୟତ ତରଫରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଘଟଣା ଆଜକୁ ୮ ବର୍ଷ ପାଖାପାଖି ହେଲାଣି ହେଲେ ମଧ୍ୟ ମୃତ ବ୍ୟକ୍ତି ଙ୍କ ନାଁରେ ଚାଉଳ ପ୍ରଦାନ କରାଯାଉଛି ବୋଲି କୁହାଯାଇଥିଲା। ଏମିତି ଊଣା ଅଧିକେ ସମସ୍ତ ପଞ୍ଚାୟତରେ ଚାଉଳ ବଣ୍ଟନ କରାଯାଉଥିବା ବେଳେ କିପରି ଏହା ଦାୟିତ୍ୱରେ ଥିବା ଯୋଗାଣ ସହାୟକ ଏବଂ ବ୍ଲକ ଯୋଗାଣ ଅଧିକାରୀ ଜାଣି ପାରିଲେ ନାହିଁ ତାହା ସାଧାରଣରେ ସେମାନଙ୍କ କର୍ଯ୍ୟପ୍ରତି ସନ୍ଧେହ ସୃଷ୍ଟି କରୁଛି। ଯାହାସବୁ ଘୋଟଲା ହୋଇଛି ତାହା ଯୋଗାଣ ସହାୟକ ଏବଂ ବ୍ଲକ ଯୋଗାଣ ଅଧିକାରୀ ଭରଣା କରିବେ ବୋଲି ସମୀକ୍ଷା ବୈଠକରେ ଅଧିକାରୀ ସିଧାସଳଖ ଶୁଣେଇ ଦେଇଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ବର୍ଷ ବର୍ଷ ଧରି ଯଦି ଏଭଳି କେଲେଙ୍କାରୀ ଜମନକିରା ବ୍ଲକରେ ହୋଇଛି ତାହେଲେ ତଦନ୍ତ କରାଗଲେ ଏହାର ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି। ଏହା ସହ ବିପିଏଲ ଯାଞ୍ଚ ପ୍ରକ୍ରିୟା ଠିକରେ ହୋଇ ନଥିବାରୁ, ଥିଲା ବାଲା ଲୋକ ମଧ୍ୟ ବିପିଏଲ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇ ସରକାରୀ ଯୋଜନାର ଫାଇଦା ଉଠୋଉଥିବା ଅଭିଯୋଗ ହେଉଛି ଏବଂ ଏଥିପାଇଁ ବାକି ରହି ଯାଇଥିବା ପ୍ରକୃତ ହିତାଧିକାରୀ ମାନେ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।
ଏସଂକ୍ରାନ୍ତରେ ବ୍ଲକ ଯୋଗାଣ ଅଧିକାରୀ ବିଜୟ କୁଲ୍ଲୁଙ୍କୁ ତାଙ୍କ ମୋବାଇଲରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ ନ ଉଠେଇବାରୁ ତାଙ୍କ ମତାମତ ନିଆଯାଇ ପାରିନଥିଲା। ପରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ, ଏବିଷୟରେ ଆପଣଙ୍କ ଠାରୁ ଶୁଣିଲି। ଏହାର ତଦନ୍ତ କରାଯିବ ଏବଂ ଯିଏ ଦୋଷୀ ଥିବ ତାର ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ