ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଚାଷୀ ତାର ପ୍ରଥମ ଫସଲକୁ ଇଷ୍ଟ ଦେବୀଙ୍କ ପାଖରେ ଲାଗି କରିବା ପରେ ସହପରିବାରଙ୍କ ସହ ମିଶି ଏକାଠି ନୂଆ ଖାଇଥାନ୍ତି । ବନ୍ଧୁ ବାନ୍ଧବ ଯିଏ ଯେଉଁଠି ଥିଲେ ମଧ୍ୟ ଏହି ପର୍ବରେ ସଭିଏଁ ଏକାଠି ବସି ନବାନ୍ନ ଭକ୍ଷଣ କରନ୍ତି । ଏହା ହେଉଛି ନୂଆ ଖାଇ ପର୍ବର ସ୍ୱତନ୍ତ୍ର ପରମ୍ପରା ।
ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଅଭିନନ୍ଦନ ଓ ଜୁହାର ଜଣାଇଛନ୍ତି ।
ନୂଆଁଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ। ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ( ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ନୂଆଖାଇ ଦିନ ବିଭିନ୍ନ ପ୍ରକାର ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଘରର ମହିଳା ମାନେ ଏକାଠି ରୋଷେଇ କରିବା ଓ ଏକାଠି ବସି ଖାଇବା ହେଉଛି ନୂଆଖାଇର ଏକ ଅନ୍ୟନ ପରାମ୍ପରା