Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡରମା ପଞ୍ଚାୟତ କୁ ଆଦର୍ଶ ପଞ୍ଚାୟତ ଭାବେ ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ…. ଚିନିମହୁଲ ଗାଁରେ ବଡ ଧୁମଧାମରେ ପାଳନ ହେଲା ନୁଆଁଖାଇ ଭେଟଘାଟ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଚିନିମହୁଲ ଗାଁରେ ଉତ୍କଳମଣି ଯୁବକ ସଂଘ ଓ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଗତକାଲି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚିନିମହୁଲ ଗ୍ରାମ୍ୟ କମିଟି ସଭାପତି ଚିନ୍ତାମଣି ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ବଡରମା ପଞ୍ଚାୟତ କୁ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳା ଯିବ ବୋଲି ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ଏଥିସହ ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ବୈଠକ କରାଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ତାର ସମାଧାନ କରାଯିବ। ଏହି ଆଦର୍ଶ ପଞ୍ଚାୟତ ପାଇଁ କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସହମତି ପ୍ରକାଶ କରିଥିବା କଥା ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ବଡ଼ରମା ସରପଞ୍ଚ ତଥା ଯୁବକ ସଂଘ ସଭାପତି ବିଜୟ କୁମାର ନାଏକ ଯୋଗଦେଇ ପଞ୍ଚାୟତ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଯାହା କିଛି ତାଙ୍କ ଦ୍ଵାରା ସମ୍ଭବ ସେ ସହଯୋଗ କରିବେ ଏବଂ ମନ୍ତ୍ରୀ ଦେଇଥିବା ପ୍ରତିଶୃତି କୁ ଆଗେଇ ନେବା ପାଇଁ ବଦ୍ଧ ପରିକର ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ପ୍ରଫୁଲ୍ଲ ପଟେଲ, ପ୍ରଫୁଲ କୁମୁରା, ଅରବିନ୍ଦ ନାଏକ, ପ୍ରଶାନ୍ତ ପଟେଲ, ବୈକୁଣ୍ଠ ପଧାନ, ରଂଜିତ ବାଘ, ପଙ୍କଜ ବାଘ, ଦୀନବନ୍ଧୁ ବାଘ, ଗୁଣନିଧି ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ। ଉତ୍କଳ ମଣି ଯୁବକସଂଘ ର ସମସ୍ତ ସଭ୍ୟ ଓ ଅଂଚଳବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରେ ଗାଁର ଯୁବତୀ ଯୁବକ ମାନଙ୍କ ଦ୍ଵାରା
ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ପ୍ରତିଯୋଗିତା, ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନଙ୍କ ମଧ୍ୟରେ ରଙ୍ଗୋଲି ଓ ମ୍ୟୁଜିକ ଚେୟାର, ଛୋଟ ପିଲାଙ୍କ ମଧ୍ୟରେ ହାଣ୍ଡି ପିଟା, ଜିଲ୍ଲାପି ଖିଆ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ କ୍ଲବ ସମ୍ପାଦକ ପଙ୍କଜ ବାଘ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ