Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ପରିସରରେ ଏକ ଅଫିସ ପ୍ରଦାନ ନେଇ ବିଡ଼ିଓଙ୍କୁ ଭିଆରପିଙ୍କ ଆବେଦନ

ଜମନକିରା : ଜମନକିରା ବ୍ଲକରେ ମନରେଗା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ତଦାରଖ ପାଇଁ ୨୧ ଜଣ ମହିଳା ଭିଆରପି ( ଗ୍ରାମ୍ୟ ସମ୍ବଳ ବ୍ୟକ୍ତି) ନିୟୋଜିତ ଅଛନ୍ତି। ପ୍ରତ୍ୟେକ ଦିନ ଭିଆରପି ମାନେ ୩ ଜଣ ଲେଖାଏଁ ଏକତ୍ରିତ ହୋଇ ବିଭିନ୍ନ ପଞ୍ଚାୟତ ଗୁଡିକରେ ହେଉଥିବା ମନରେଗା କାମ, ସମଗ୍ର ଶିକ୍ଷା ବ୍ୟବସ୍ଥା, ଅଙ୍ଗନବାଡ଼ି କାର୍ଯ୍ୟକ୍ରମ, ଭତ୍ତା ଏବଂ ସାଧାରଣ ବଣ୍ଟନ ଆଦି ବ୍ୟବସ୍ଥାର ଅସୁବିଧା ସୁବିଧା ଆଦି ତଦାରଖ କରିଥାନ୍ତି। ତଦାରଖ କଲାପରେ ବ୍ଲକ କାର୍ଯ୍ୟାଳୟ କୁ ଆସି ଗୋଷ୍ଠୀ ସାମାଜିକ ଅଧିକାରୀଙ୍କ ପାଖରେ କାଗଜାତି ଆଦି ଦାଖଲ କରିଥାନ୍ତି। ଅନେକ ଗୁଡ଼ାଏ ଭିଆରପି ଙ୍କ କାର୍ଯ୍ୟ ତଦାରଖ କରି କାର୍ଯ୍ୟ ସମ୍ପାଦନା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। ମାତ୍ର ଉକ୍ତ କାର୍ଯ୍ୟ ଗୁଡ଼ିକ କୁ ସମ୍ପାଦନା କରିବା ପାଇଁ ବ୍ଲକ ପରିସରରେ କୌଣସି ସଠିକ୍ ସ୍ଥାନ ରହୁ ନଥିବାରୁ ଭିଆରପି ମାନେ ନାନା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ପ୍ରତ୍ୟେକ ପଞ୍ଚାୟତ ପାଇଁ ଜଣେ ଲେଖାଏଁ ମହିଳା ଭିଆରପି ନିଯୁକ୍ତି ହୋଇଥିବା ବେଳେ କାର୍ଯ୍ୟ ସାରି ନିଜ ନିଜ ଘରକୁ ଫେରିବାରେ ଅନେକ ସମସ୍ୟା ଦେଖା ଯାଇଥାଏ। ବ୍ଲକ ପରିସରରେ ଯଦି ଗୋଟେ ଅଫିସର ବ୍ୟବସ୍ଥା ହୋଇଥାନ୍ତା ତାହେଲେ ଏତେ ଅସୁବିଧା ହୁଅନ୍ତା ନାହିଁ ବୋଲି ଭିଆରପି ମାନେ ବିଡ଼ିଓଙ୍କୁ ଗୁହାରି କରିଛନ୍ତି। ଏଥିସହ ଶୀଘ୍ର ଅଫିସ ପାଇଁ ବ୍ଲକ ପରିସରରେ ଏକ କୋଠରୀ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସାମାଜିକ ସମୀକ୍ଷକଙ୍କୁ ଦାବି କରିଛନ୍ତି।
ଏସଂକ୍ରାନ୍ତରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ ଖୁବ୍ ଶୀଘ୍ର ଏକ ଅଫିସ କୋଠରୀର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ