Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେପ୍ଟେମ୍ବର ୧୩ରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର: ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ସେପ୍ଟେମ୍ବର ୧୩ରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ହେବ। ଏଥିରେ ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା, ଟାଙ୍ଗୀ ଓ ବେଗୁନିଆ ରହିଛି। ଏନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ସଲୋମୀ ସାହୁ ସୂଚନା ଦେଇଛନ୍ତି।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମାମଲା ଯଥା- ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ରାଜସ୍ୱ, ମୋଟର ଯାନ ଦୁର୍ଘଟଣାଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ, ଜଳ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଜମିଜମା ବା ଦେୱାନି ମାମଲାମାନଙ୍କର ଆପୋଷ ବୁଝାମଣା ଜରିଆରେ ମାମଲାର ସମାଧାନ କରାଯିବ।

ସେହିପରି କଚେରିରେ ଦାୟର ହୋଇନଥିବା ପ୍ରାକ୍‌ ମକଦ୍ଦମା ଯଥା- ଚେକ୍‌ ବାଉନ୍ସ, ଟେଲିଫୋନ୍‌, ବ୍ୟାଙ୍କ ଋଣ ଅନାଦାୟ ଓ ଅନ୍ୟାନ୍ୟ ସାଲିସ୍‌ ଯୋଗ୍ୟ ଦେୱାନୀ, ଫୌଜଦାରୀ ଏବଂ ସମସ୍ତ ପ୍ରକାରର ପାରିବାରିକ ବିବାଦର ଆଶୁ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଉଭୟ ପକ୍ଷଙ୍କ ସହମତିରେ ସମସ୍ୟାର ସମାଧାନ କରାଯାଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ