Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ ତୋର ସାହାରା ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବଡ଼ ଧୁମଧାମରେ ପାଳିତ

ଜମନକିରା : ଜମନକିରା ସଦର ମହକୁମାରେ ଗତକାଲି ମା” ତୋର ସାହାରା ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ ବଡ ଧୁମଧାମରେ ପାଳିତ ହୋଇଯାଇଛି। ଏହି କ୍ରମରେ ପୂର୍ବାହ୍ନ ସାଢେ଼ ୯ ଘଣ୍ଟା ସମୟରେ କଳସ ଯାତ୍ରା କରାଯାଇଥିଲା।ମା” ସମଲେଶ୍ଵରୀଙ୍କ ପ୍ରତିଛବିକୁ ଗାଁର ଗୌନ୍ତିଆ ହେମନ୍ତ ପଟେଲ ମୁଣ୍ଡରେ ବୋହି ଗାଁ ଭ୍ରମଣ କରି କାର୍ଯ୍ୟକ୍ରମ ସ୍ଥାନରେ ସ୍ଥାପନ କରିଥିଲେ। ଅପରାହ୍ନ ସାଢେ଼ ୨ ଟା ସମୟରେ ପଂଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟଅତିଥି ରୂପେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାଶ, ଆଇଆଇସି ପଦ୍ମାଳୟା ସାହୁ ପ୍ରମୁଖ ଉପସ୍ଥିତ ରହି ନବାର୍ଣ୍ଣ ଭକ୍ଷଣ କରିଥିଲେ। ପରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ସନ୍ଧ୍ୟାରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅବସରରେ ପଡ଼ିଆବହାଲ ର ସ୍ଵୟମ ସାଂସ୍କୃତିକ ମଣ୍ଡପର କଳାକାର ପଦ୍ମିନୀ ଦୋରା, ରବି ରତ୍ନ ବାଘ, ସ୍ନେହସିଶ ରାଉତ, ଚେତନା ବେହେରା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ମା” ବନଦୂର୍ଗା ଡାନ୍ସ ଗ୍ରୁପ୍ ଡାନ୍ସ ପରିବେଷଣ କରିଥିଲେ। ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଝାରସୁଗୁଡ଼ା ର ଲହରମନି ଫେଶନ ସୋ। ପଡ଼ିଆବାହାଲ ର ଦିଲୀପ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ପ୍ରିୟଙ୍କା ମହାନ୍ତି, ସ୍ମରଣିକା ନାୟକ, ସୋନାଲିକା ପଟ୍ଟନାୟକ ଓ ନିହାରିକା ସାହୁ ପ୍ରମୁଖ ବିଚାର ମଣ୍ଡଳୀରେ ସାମିଲ ଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ମା” ତୋର ସାହାରା ପରିବାର ପକ୍ଷରୁ ସଭାପତି ଆକାଶ ପଟ୍ଟନାୟକ, ସାଧାରଣ ସମ୍ପାଦକ ଅବିନାଶ ଦାନୀ, ଉପ – ସଭାପତି ପ୍ରିତମ କୁମାର ଦାନୀ, ଯୁଗ୍ମ ସମ୍ପାଦକ ଜଗନ୍ନାଥ ସାହୁ, ସଭ୍ୟ ରାଜୀବ ସାହୁ, ତପନ ନାଏକ ଓ କ୍ଷେତ୍ରମୋହନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ