Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ କଲ୍ୟାଣ ବିଭାଗ ଉପରେ ଭିଜିଲାନ୍ସ ଚଢାଉ; କିରାଣି ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଶିଶୁ କଲ୍ୟାଣ ବିଭାଗ ଉପରେ ଭିଜିଲାନ୍ସ ଚଢାଉ କରି ଆଜି ସେଠାକାର ଜଣେ କିରାଣି ଅସ୍ଵିନି ପ୍ରଧାନକୁ ଗିରଫ କରିଛି।ଜଣେ ମହିଳାଙ୍କୁ ଅଙ୍ଗନାବାଡି ଚାକିରି କରାଇ ଦେବାକୁ ତାଙ୍କ ଠାରୁ ୪୦ ହଜାର ଲାଞ୍ଚ ନେଉଥିବା ବେଳେ ପୁର୍ବରୁ ପ୍ରସ୍ତୁତ ଭିଜାଲାନ୍ସ ଟିମ ମାଡି ବସିଥିଲା। ଲାଞ୍ଚ ପଇସା ତାଙ୍କଠାରୁ ଜବତ କରିବା ସହ ତାକୁ ଗିରଫ କରି ଅଧିକ ତଦନ୍ତ ଚଲାଇଥିବା ଜଣା ପଡିଛି।ପ୍ରକାଶ ଥାଉକି ଆଗରୁ ତାଙ୍କ ବକରୋଧରେ ଅନେକ ଅଙ୍ଗନାବାଡି କର୍ମି ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗିୟ ଅଧିକାରି ଘଣ୍ଟ ଘୋଡାଉଥିଲେ।ତେଣୁ ତାଙ୍କୁ ଘଣ୍ଟ ଘୋଡାଉ ଥିବା ଅଧିକାରି ମାନଙ୍କୁ ତଦନ୍ତ ପରିସର ମଧ୍ୟରେ ଆଣିବାକୁ ସାଧାରଣରେ ଦାବି ହୋଇଛି।ଅପର ପଟେ ଭିଜାଲାନ୍ସର ଏଇ ଚଢାଉକୁ ସବୁ ମହଲରେ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି କୁହା ଜାଉଥିବା ଶୁଣିବାକୁ ମିଳିଛି।ଏଇ ଭଳି ଯଦି ଭିଜିଲାନ୍ସ ଚଢାଉ ଜାରି ରଖିବ ତେବେ ଆମ କୋରାପୁଟ ଜିଲ୍ଲାରେ ଚାଲିଥିବା ଦୁର୍ନୀତି ବନ୍ଦ ହେବ ବୋଲି ବୁଦ୍ଧିଜିବିଙ୍କ ମହଲରେ ମତ ପ୍ରକାଶ ପାଇଛି।