Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାବସ୍ଥା ବେହାଲ, କାଦୁଅ ପଚ୍ ପଚ୍ ରାସ୍ତାରେ ଯା ଆସ କରୁଛନ୍ତି ୩ ପଡ଼ାବାସୀ

ଜମନକିରା : କେନ୍ଦ୍ର ତଥା ରାଜ୍ୟ ସରକାର ଗ୍ରାମାଞ୍ଚଳ ବିକାଶ ସହ ରାସ୍ତାଘାଟ ନିର୍ମାଣ ନେଇ ବହୁ ଯୋଜନା କରି ଆସୁଥିବା ବେଳେ ଏହା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି ଜମନକିରା ବ୍ଲକ ଧୁଡ଼ିପାଲି ପଞ୍ଚାୟତ ଲାଡମପାଲି ଗାଁର ଝୁନାପଡ଼ା ଠାରୁ ଗୁପ୍ତେଶ୍ୱର ମନ୍ଦିର ଦେଇ ଯାଇଥିବା ନୂଆପଡ଼ା ପର୍ଯ୍ୟନ୍ତ ରାସ୍ତାରେ। କାଦୁଆ ପଚ୍ ପଚ୍ ରାସ୍ତାରେ ଦୈନନ୍ଦିନ ପିଲାମାନେ ପାଠ ପଢିବା ପାଇଁ ଯାଉଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ପଡ଼ାରେ ରହୁଥିବା ଲୋକେ ମଧ୍ୟ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ନେଇ ପଡାର ଶଙ୍କର ଧୁରୁଆ, ଲିଙ୍ଗରାଜ ରାଜ, ହେମନ୍ତ ବଞ୍ଛୁର, ସୌଭାଗ୍ୟ ଭଇଁସା, ପ୍ରକାଶ ବଞ୍ଛୁରଙ୍କ ସମେତ ବହୁ ଗାଁ ଲୋକ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଏ ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ନା ଶୁଣୁଛନ୍ତି ସରପଞ୍ଚ, ନା ଶୁଣୁଛନ୍ତି ବିଡ଼ିଓ, ନା ଶୁଣୁଛନ୍ତି ଉନ୍ନୟନ ବିଭାଗ। ଏହି ରାସ୍ତା ଉପରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ଘର ପରିବାର ନିର୍ଭର କରିଥାନ୍ତି। ରାସ୍ତାରେ ଦୂରତା ୨ କିଲୋମିଟର ରୁ ଅଧିକ ହୋଇଥିବା ବେଳେ ଏହି ରାସ୍ତା ଉପରେ ଶହ ଶହ ଲୋକ ନିର୍ଭର କରିଥାନ୍ତି। ଝୁନାପଡ଼ା, କିଷାନପଡ଼ା ଓ ନୂଆପଡ଼ା ରେ ଅଧିକାଂଶ ଲୋକ ଅନୁସୂଚିତ ଜନଜାତି, ଜନଜାତି ହୋଇଥିବା ବେଳେ ସମସ୍ତେ ପ୍ରାୟ କୃଷି ଉପରେ ନିର୍ଭର କରିଥାନ୍ତି। ଏହି ତିନି ପଡ଼ା ରୁ ପ୍ରତ୍ୟେକ ଦିନ ୧୦ ରୁ ୧୫ ଜଣ ଅଙ୍ଗନବାଡ଼ି ଠୁ ଧରି ଉଚ୍ଚ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଛାତ୍ର ମାନେ ପାଠ ପଢିବା ପାଇଁ ନିତିଦିନ ଯା ଆସ କରିଥାନ୍ତି। ସାଧାରଣ ଲୋକ ମଧ୍ୟ ବିଭିନ୍ନ କାମରେ ଯିବା ଆସିବା କରିଥାନ୍ତି। ତେବେ ଏଭଳି ଶୋଚନୀୟ ରାସ୍ତା ଯୋଗୁଁ ପିଲାମାନେ ତଥା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏନେଇ ସରପଞ୍ଚ ଅରୁଣ କୁମାର ନାଏକ ଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଆମ ଦ୍ଵାରା ମାଟି ମୂରୁମ୍ କାମ ହେଇ ପାରିବ। ମନରେଗା ଯୋଜନାରେ ପୁର୍ବରୁ ରାସ୍ତା କରିବା ପାଇଁ ଆକ୍ସନ ପ୍ଲାନ୍ ରେ ପକା ଜାଇଥିଲା କିନ୍ତୁ ଲୋକେ ଉକ୍ତ କାମକୁ ବିରୋଧ କରିଥିଲେ। ତେଣୁ କାମ ହୋଇ ପାରିନଥିଲା। ପରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଏଦିଗରେ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ