Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ମହୋତ୍ସବ ଅନୁଷ୍ଠିତ

ଜମନକିରା : ଆଜି ଶୁକ୍ରବାର ଦିନ ଜମନକିରା ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ‌ ଗୁରୁ ଦିବସ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ସଭାପତି ସାଲେକରାମ ପ୍ରଧାନ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ‌ ଆଗେଇ ନେଇଥିଲେ। ଏହି ଅବସରରେ ‌ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁରଲି ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁ ମା” ପରିଚାଳନାରେ ସହଯୋଗ କରିଥିଲେ। ଶିଶୁ ଭାଇଭଉଣୀ ମାନଙ୍କ ଉପସ୍ଥିତରେ ଗୁରୁ ଦିବସ ପାଳନ କରାଯାଇଥିଲା। ଉତ୍ସବରେ ‌ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶୁଶିଲ କୁମାର ସାହୁ ଯୋଗ ଦେଇ ଗୁରୁଦିବସ ର ମହାତ୍ମ୍ୟ ବୁଝେଇଥିଲେ। ବିଦ୍ୟାଳୟର ଗୁରୁ ମା ଅମ୍ବିକା ପ୍ରଧାନ ବୌଦ୍ଧିକ ପରିଚାଳନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଗୁରୁ ପୂଜନ କରାଯାଇ ଥିଲା। ପରିଶେଷରେ ଛବି ଗୁରୁ ମା” ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ