Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳ ଏବଂ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, ୬୭ ଟି ଅଭିଯୋଗ ପଞ୍ଜୀକୃତ

ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦାର ଏବଂ ଏସପି ମୁକେଶ କୁମାର ଭାମୁ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଗୋଷ୍ଠିଗତ ଭାବେ ୪୫ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ୨୨ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ଅନେକ ଅଭିଯୋଗ ଆଜି ଜିଲ୍ଲାପାଳ ବିଭିନ୍ନ ବିଭାଗ କୁ ସମାଧାନ ପାଇଁ ନିର୍ଦ୍ଦେଶ କରିଥିଲେ। ଏହି ଶିବିରକୁ ଭୋଜପୁର ଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ବଡରମା ବୈଶ୍ନୋଦେବି ମହିଳା ସ୍ଵୟଂ ଗୋଷ୍ଠୀ, ଜମନକିରା ପାର୍ବତୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମା” ମାନେ ନିଜସ୍ୱ ଦ୍ଵାରା ପ୍ରସ୍ତୁତ କରିଥିବା ଖାଦ୍ୟ ସାମଗ୍ରୀ କୁ ପ୍ରଦର୍ଶିତ କରି ଅଧିକାରୀ ମାନଙ୍କୁ ଦେଖେଇବା ସହ ସାମଗ୍ରୀ ର ବିଭିନ୍ନ ଉପାଦେୟତା ଉପରେ ବୁଝାଇଥିଲେ। ଆଜିର ଶୁଣାଣିରେ ମୁଖ୍ୟତଃ ଜାତୀୟ ରାଜପଥ ବାଇପାସ୍ ଉଭୟ ସଂଯୋଗ ସ୍ଥାନରେ ଗୋଲେଇ ଛକ ସହ ହାଇମାକ୍ସ ଲାଇଟ ଏବଂ ଗ୍ଲୋ ବୋର୍ଡ ଲଗେଇବା ପାଇଁ ଲୋକେ ଦାବି କରିଥିଲେ। ଏଥିସହ ଭତ୍ତା, ସ୍ୱାସ୍ଥ୍ୟ, କ୍ଷୁଦ୍ର ଜଳ ସେଚନ, ଭାଗବତ ଟୁଙ୍ଗି, ସୁଭଦ୍ରା ଯୋଜନା ରେ ସାମିଲ କରିବା, ହାତୀ ଫସଲ ନଷ୍ଟ, ମୋ ବସ, ନୂତନ ଗ୍ରାମ ପଞ୍ଚାୟତ, ରାସ୍ତା, ଶିକ୍ଷା, ବିଦ୍ୟୁତ ବିଲ ସମସ୍ୟା, ମେଗା ଲିଫ୍ଟ ପଏଣ୍ଟ, ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକ ଡାକ୍ତର ନିଯୁକ୍ତି ଏବଂ ଡାକ୍ତରଖାନା ର ଉନ୍ନତି କରଣ ନେଇ ଆଜି ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ କରିଛନ୍ତି। ଆଜି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ଆଈଏଏସ ପ୍ରୋବେସନାରୀ ଅଫିସର ଶୁଭ୍ରା ପଣ୍ଡା, ଆଈଏଏସ ଉପଜିଲ୍ଲାପାଳ ସି. ସରଭନାନ, ସିଡିଏମଓ ପ୍ରଦୀପ ହୋତା, ଡ଼ିଏଫଓ ବିକ୍ରମଦେବ ପଟ୍ଟନାୟକ, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରଭିଣା ବିଲୁଙ୍ଗ, ଏଡ଼ିପିଓ ପ୍ରଦୀପ କୁମାର ଦାଶ, ଆଇଆଇସି ପଦ୍ମାଳୟା ସାହୁଙ୍କ ସମେତ ବିଭିନ୍ନ ଲାଇନ୍ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ