Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେବାପକ୍ଷ ପାଳନ ପାଇଁ ଆୟୋଜିତ ହେଲା ପ୍ରସ୍ତୁତି ବୈଠକ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଆଗାମୀ ସେପ୍ଟେମ୍ବର ମାସ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୨ ତାରିଖ ଗାନ୍ଧୀଜୀ ଓ ଶାସ୍ତ୍ରୀଜି ଜୟନ୍ତୀ ପର୍ଯ୍ୟନ୍ତ ଏକ ପକ୍ଷ ପାଳିତ ହେବ ସେବା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଦିନ ମାନଙ୍କରେ ବୃକ୍ଷ ରୋପଣ, ସ୍ବାସ୍ଥ୍ୟସେବା ଶିବିର, ରକ୍ତଦାନ ଶିବିର, ପ୍ରବୃଦ୍ଧ ବର୍ଗ ସମ୍ବାଦ
ଆଲୋଚନାଚକ୍ର ଚିତ୍ରାଙ୍କନ ତଥା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜୟନ୍ତୀ ଆଦି ପାଳିତ ହେବ ମଣ୍ଡଳ ସଭାପତି ପ୍ରାଣବନ୍ଧୁ ନାଥଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସୁଶୀଲ କୁମାର କର, ନିର୍ବାଚନ ମଣ୍ଡଳୀ ସଂଯୋଜକ ବିଭୂତି କଲ୍ୟାଣ ପଟେଲ, ମଣ୍ଡଳ ସଂଯୋଜକ ଅସିତ ଗଙ୍ଗଦେବ, ସହ ସଂଯୋଜକ ପ୍ରିତମ ପାଣିଗ୍ରାହି, ସହ ସଂଯୋଯିକା ଗାୟତ୍ରୀ ଚଲାନ, ବରିଷ୍ଠ ଆଇନଜିବୀ ସଇଲେନ୍ଦ୍ର ନାୟକ, ବାର ଏସୋସିଏସନ୍ ସଭାପତି ଅଇଁଠୁ କୁମାର ରାଉତ, ଅରୁଣ ଅଗ୍ରୱାଲଙ୍କ ସମେତ ସମସ୍ତ ୧୧ଟି ୱାର୍ଡର କାର୍ଯ୍ୟକର୍ତ୍ତା ତଥା ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ବୈଠକ ଶେଷ ରେ ଜିଲ୍ଲା ପ୍ରତିନିଧି କୁମାରେସ ଦଶଭୟା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ