Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଭିନ୍ନ ଦାବି ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଜମନକିରା : ଆଜି ବୁଧବାର ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ପରିଷଦ ପକ୍ଷରୁ ବିଭିନ୍ନ ଦାବି ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଚିଣ୍ଡା ଉପ-ଜିଲ୍ଲାପାଳଙ୍କ ଜରିଏ ଏକ ସମ୍ମଲିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପରିଷଦର ଉପସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିଶାନ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସଭାପତି ଭଦ୍ର ଚରଣ କିଶାନ, ଉପଦେଷ୍ଟା ସୁବାସଚନ୍ଦ୍ର ନାୟକ, କୁଚିଣ୍ଡା ବ୍ଲକ ସଭାପତି ମନୋରଥ ମାଝୀ ଏବଂ ସମ୍ପାଦକ ଲମ୍ବୋଦର କୁମୂରା ପ୍ରମୁଖଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଦାନ ପୁର୍ବରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ଜିଲ୍ଲା ତଥା କୁଚିଣ୍ଡା ଉପଖଣ୍ଡରେ ବସବାସ କରୁଥିବା ତହସିଲଭୁକ୍ତ ଜାତି, ଜନଜାତି, ଉପଜାତି ଓ ପଛୁଆ ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଶିକ୍ଷା ସମନ୍ଧୀୟ ସମସ୍ୟାର ସମାଧାନ ପାଇଁ ଏକ ସାତ ଦଫା ସମ୍ମଲିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳ ଓ ପିଏ, ଆଇଟିଡିଏ ଙ୍କ ଜରିଆରେ ପ୍ରଦାନ କରାଯାଇଛି। ଦାବୀପତ୍ରରେ ଆଇନଗତ କଟକଣା ଉଠି ଯାଇଥିବାରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେଇ କୁଚିଣ୍ଡା ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରିବା , ଚଳିତ ଶିକ୍ଷା ବର୍ଷରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ବିଭାଗରେ ବିଜ୍ଞାନ ସହ ବାଣିଜ୍ୟ ଓ କଳା ମଧ୍ୟ ଖୋଲିବା, ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବା, ଜମନକିରା, ବାମରା ଓ ଯୁଯୁମୁରାରେ ବ୍ଲକ ସଦର ମହକୁମା ଗୁଡିକରେ ଚଳିତ ବର୍ଷରୁ ହିଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଅସ୍ଥାୟୀ ଘରେ ଖୋଳିବା, ବର୍ଷକ ଭିତରେ ସ୍ଥାୟୀ ଗୃହ ନିର୍ମାଣ ସାରିବା, ଭୋଜପୁର, ଗରପୋଷ ଓ ବଡମୁଣ୍ଡାଲୋଇ ଆଶ୍ରମ ସ୍କୁଲକୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଉନ୍ନୀତ କରିବା, ଜିଲ୍ଲାର ସମସ୍ତ ଆଶ୍ରମ ଓ ସେବାଶ୍ରମ ସ୍କୁଲର ସବୁ ପଦବୀ ପୁରଣ କରିବା, କୁଚିଣ୍ଡାରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ କୁ ଚଳିତ ବର୍ଷରୁ ଆରମ୍ଭ କରିବା ଆଦି ବିଭିନ୍ନ ଦାବି ନେଇ ପତ୍ରରେ ଉଲ୍ଲେଖ କରାଯାଇଛି। ପରେ ଆଇଟିଡିଏ କାର୍ଯ୍ୟଳୟରେ ଏକ ଆଲୋଚନା କରାଯାଇଥିଲା। ଉକ୍ତ ସଭାରେ ପିଏ, ହେମସାଗର ଭୋଇ ସମସ୍ତ ସମସ୍ୟାକୁ ଧର୍ଯ୍ୟର ସହ ଶୁଣିବା ପରେ ନିଜ ସ୍ତରରେ କେତୋଟି ଦାବିକୁ ପୁରାଣ କରିବାରେ ଉଦ୍ୟମ କରିବା ସହ ଅନ୍ୟ ଦାବି ଗୁଡ଼ିକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିସୃତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚଙ୍କ ସମେତ ନାରୀନେତ୍ରୀ ବୀଣା ପାଣି ନାଏକ, ସରପଞ୍ଚ ପିଙ୍କି ନାଏକ, ରମେଶ ପ୍ରଧାନ, ପୂର୍ବ ନଗର ଉପାଧ୍ୟକ୍ଷ କାର୍ତ୍ତିକ ମିସ୍ତ୍ରୀଙ୍କ ସହ ତିନୋଟି ବ୍ଲକର କର୍ମକର୍ତ୍ତା ପ୍ରମୁଖ ସାମିଲ ହୋଇଥିଲେ।