Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ ଜମନକିରା ଡାକ୍ତରଖାନା ପରିଦର୍ଶନ, ଉନ୍ନତି କରଣ ନେଇ କଲେ ନିର୍ଦ୍ଦେଶ

ଜମନକିରା: ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପରିଦର୍ଶନ କରି ଡାକ୍ତରଖାନା ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏବଂ ଡାକ୍ତରଖାନା ର ଉନ୍ନତି କରଣ ନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମୁଖ୍ୟ ପରିଚାଳନା ଅଧିକାରୀ, ସିଡିଏମଓ, ସ୍ବାସ୍ଥ୍ୟ ବିଭାଗ ଜିଲ୍ଲା ପ୍ରଶାସନିକ ଅଧିକାରୀ, ବିଡ଼ିଓ, ସୂପରିଟେଣ୍ଡାଣ୍ଟ ଏବଂ ମେଡିକାଲ ଅଫିସର ଙ୍କୁ ନିର୍ଦ୍ଦେଶ କରିଥଲେ।
ସୂଚନା ଯୋଗ୍ୟ ଯେ, ଜମନକିରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଟି ୨୦୬୦ ମସିହାରେ ନିର୍ମାଣ କରାଯାଇଥିଲା। ଦୀର୍ଘ ୬୫ ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ସେହି ପୁରୁଣା କୋଠା ରେ ବହିର୍ବିଭାଗ କାର୍ଯ୍ୟ ଚାଲୁ ରହିଛି। ଅନେକ ଥର ଉକ୍ତ କୋଠା କୁ ମରାମତି କରାଯାଇ ଥିବା ସତ୍ତ୍ୱେ କୋଠା ଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଅଳ୍ପ ବର୍ଷା ହେଲେ ପାଣି ଛାତରୁ ଗଲୁଛି। ବିଦ୍ୟୁତ ନଥିବା ବେଳେ ଅନ୍ଧାରରେ ଡାକ୍ତରଖାନା ର ସମସ୍ତ କାର୍ଯ୍ୟ କରାଯାଉଛି। ପ୍ରସୂତି କାଳୀନ ଜରୁରୀ ସ୍ଥିତିରେ ଅପରେସନ ମଧ୍ୟ ଅନ୍ଧାରରେ କରାଯାଉଛି। ଅକସ୍ମାତ ଦୁର୍ଘଟଣା ସମୟରେ ଅନ୍ଧାରରେ ଆଶୁ ଚିକିତ୍ସା କରିବା ଡାକ୍ତର ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଙ୍କ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ସୋଲାର ଲାଇଟ୍ ସିଷ୍ଟମ୍ ଟି ସମ୍ପୂର୍ଣ ଅକାମୀ ହୋଇ ପଡ଼ିଛି। ବାରମ୍ବାର ଅଭିଯୋଗ କରାଯାଇଥିବା ସତ୍ତ୍ୱେ ପ୍ରତିକାର କରାଯାଉନାହିଁ। ଔଷଧ ବିତରଣ ପାଇଁ ଫାର୍ମାସୀ ଅଫିସର ଙ୍କ ପାଇଁ ଭଲ କୋଠରୀ ଟେ ନାହିଁ। ଲାବୋଟରୀ ଗୃହ କଥା ନକହିବା ଭଲ। ୩୦ ବର୍ଗ ବିଶିଷ୍ଟ ଏକ କୋଠରୀରେ ଲାବୋଟାରି କରାଯାଇଥିବାରୁ ଆନୁସାଙ୍ଗିକ ସାମଗ୍ରୀ ଗୁଡିକ ରଖିବା ପାଇଁ ଜାଗା ଅଣ୍ଟୁନି। ରୋଗୀ କୁ ବସେଇ ରକ୍ତ ସଂଗ୍ରହ କରିବାରେ ବହୁ ଅସୁବିଧା ହେଉଛି। ଅନ୍ୟ ପକ୍ଷରେ ପାଣି ଗଳି ସନ୍ତସନ୍ତିଆ ହେଇଛି। ଏଭଳି ସ୍ଥିତିରେ ରୋଗୀର ନମୁନା ପରୀକ୍ଷା କରିବା ସମସ୍ୟା ଉପୁଜିଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଅତି କମରେ ୬ ଟି ବେଡ ରହିବା କଥା କନ୍ତୁ କୋଠରୀ ଅସୁବିଧା ଯୋଗୁଁ ମାତ୍ର ୪ ଟି ବେଡ ପଡ଼ି ପାରୁଛି। ଅନ୍ୟ ପଟେ ଶୌଚାଳୟ ଓ ପାଇଖାନା ଅବସ୍ଥା ଅତି ଖରାପ। ନାଳି ଗୁଡାକ ପୁରା ଜାମ ହୋଇ ରହିଥିବା ରୁ ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ। ରୋଗୀ ମାନେ ବଡ କଷ୍ଟରେ ରହିଥାନ୍ତି। ଡାକ୍ତରଖାନା ଟି ୬୫ ବର୍ଷରୁ ଅଧିକ ହୋଇ ଯାଇଥିବା ସତ୍ବେ ଅଦ୍ୟାବଧି ବାଉଣ୍ଡ୍ରୀ ଚାରିପଟେ ଦିଆଯାଇ ପାରିନାହିଁ। ଯଦ୍ୱାରା ଅସାମାଜିକ ତତ୍ୱଙ୍କ ଯାତାୟାତ ଅକ୍ଲେଶରେ ହୋଇ ପାରୁଛି। ଡାକ୍ତରଖାନା ପରିସରରେ ରହୁଥିବା ସ୍ବାସ୍ଥ୍ୟ କର୍ମୀ ମାନେ ନିଜ କୁ ଏବଂ ନିଜ ପରିବାର ବର୍ଗଙ୍କୁ ସୁରକ୍ଷିତ ମଣୁ ନାହାନ୍ତି। ଏସବୁ ଆଦି ସମସ୍ୟା ଜାଣିବା ପରେ ଜିଲ୍ଲାପାଳ ପୁରୁଣା କୋଠା ଉପରେ ଟିଣ ଛାତ, ଔଷଧ ବିତରଣ ପାଇଁ ଏକ ସ୍ବତନ୍ତ୍ର ଗୃହ, ଲାବୋରେଟରୀ ପାଇଁ ଉତ୍ତମ ସ୍ଥାନରେ କୋଠରୀ, ଗୋଟିଏ କୋଠରୀରେ ୬ ଗୋଟି ବେଡ ରହି ପାରିବ ସେଭଳି କୋଠରୀ କୁ ଉନ୍ନତିକରଣ, ଡାକ୍ତରଖାନା ପରିସର କୁ ସର ଜମିନ ତଦନ୍ତ କରାଯାଇ ବାଉଣ୍ଡରୀ ନିର୍ମାଣ କରିବା, ପରିସର ରେ ଉଦ୍ୟାନ କରି ଆଲୋକ ମାଳା ର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଶୀଘ୍ର କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ କରିଥଲେ। ପରିଦର୍ଶନ ବେଳେ ଉପଜିଲ୍ଲାପାଳ ସି. ସର୍ରଭନାନ, ସିଡିଏମଓ ପ୍ରଦୀପ କୁମାର ହୋତା, ସିଡ଼ିଓ ପ୍ରସନ୍ନ ପାତ୍ର, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଆଡମିନିଷ୍ଟଟିଭ ଅଫିସର ନୀଳାମ୍ବର ମହାନନ୍ଦ, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ, ତହସିଲଦାର ପ୍ରଭୀଣା ବିଲୁଂ, ଫାଶିମମାଲ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସୁପରିଟେଣ୍ଡଣ୍ଟ ଡ.ହରିଶ୍ଚନ୍ଦ୍ର ବାଘ, ଜମନକିରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡ. ସୁରଜ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ