Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ର ସଂଗଠନ ସୃଜନ ଅଭିଯାନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ରାଜୀବ ଭବନ ରେ ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ଦୁର୍ଗା ପାଢ଼ୀ ଙ୍କ ଅଧ୍ଯକ୍ଷତା ତଥା କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ କେଦାର ବରିହା ଙ୍କ ପରିଚାଳନା ରେ କଂଗ୍ରେସ ର “ସଂଗଠନ ସୃଜନ ଅଭିଯାନ” ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପର୍ଯ୍ୟବେକ୍ଷକ ତଥା ରାଜସ୍ଥାନ ର ପୂର୍ବତନ ବିଧାୟକ ଇନ୍ଦ୍ରଜ୍ ସିଂ ଗୁରଜର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତୃଣ ମୂଳ ସ୍ତରରେ କଂଗ୍ରେସ କର୍ମୀ ଙ୍କ ମତାମତ କୁ ନେଇ ସଂଗଠନ ଦାୟିତ୍ୱ ଅର୍ପଣ କଲେ ସଂଗଠନ ସୁଦୃଢ ହେବ ବୋଲି ପ୍ରକାଶ କରି ମୋଦି ସରକାର ଏକ ମିଛୁଆ ସରକାର ବୋଲି ପ୍ରକାଶ କରିଥିଲେ। ସଭାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି, ପର୍ଯ୍ୟବେକ୍ଷକ ଶ୍ରୀ ଜୟନ୍ତ କୁମାର ସାହୁ ଓ ପର୍ଯ୍ୟବେକ୍ଷକ ଶ୍ରୀ ଅଂଶୁମାନ ଦାସ, ରେଙ୍ଗାଲି ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଇଂ. ଦିଲୀପ କୁମାର ଦୁରିଆ ଏବଂ ଖତୁନାଥ ପିଙ୍ଗ ମଂଚାସୀନ ଥିଲେ I କୁଚିଣ୍ଡା ଏନ୍ଏସି ପୁର୍ବତନ ଅଧ୍ୟକ୍ଷ ଅଖିଲ ପ୍ରତାପ ସିଂ, ସଂଜିତ କୁମାର ଶର୍ମା, ବିପିନ ନାଏକ, ନବୀନ ନାୟକ, ଲବଣି ନାଏକ,ଡ. ଶରତ ଗୌନ୍ତିଆ, ଆରତୀ ନାୟକ, ପ୍ରମୋଦ ଛୁରିଆ, ପିତାମ୍ବର ମାଝି, ଆଶିଷ ପ୍ରତାପ ସିଂ, ସଞ୍ଜୟ ମହାନନ୍ଦ, ଜିତେନ୍ଦ୍ର ସାହୁ,ମହମ୍ମଦ ସଫିକ, ଦିଲୀପ ପଟେଲ, ସୁଷମା ସେନାପତି ,ବିମଳା ମହାନନ୍ଦ ପ୍ରମୁଖ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ I ଏଆଇସିସି ପର୍ଯ୍ୟବେକ୍ଷକ ଶ୍ରୀ ଗୁରଜର ଙ୍କୁ କୁଚିଣ୍ଡା କଂଗ୍ରେସ ପକ୍ଷରୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା I
ଏହି ସଭାରେ କୁଚିଣ୍ଡା ବ୍ଲକ ବାମରା ବ୍ଲକ ଓ ବିଜ୍ଞାପିତ ଅଂଚଳ ପରିଷଦ ର ୩୦୦ ଶହ ରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ରହିଥିଲେ I ଆସନ୍ତାକାଲି ୧୨ ତାରିଖ (ଶୁକ୍ରବାର) ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ଧନକଉଡା ବ୍ଲକ ରେଙ୍ଗାଲି ବ୍ଲକ ଓ ଏନଏସି, ମାନେଶ୍ୱର ବ୍ଲକ ଏବଂ ୧୩ ତାରିଖ (ଶନିବାର) ସମ୍ବଲପୁର ନିର୍ବାଚନ ମଣ୍ଡଳୀର ହୀରାକୁଦ ଟାଉନ ଓ ବୁର୍ଲା ଟାଉନ ରେ ସଂଗଠନ ସୃଜନ ଅଭିଯାନ ପାଇଁ ଅନୁଷ୍ଠିତ ହେବାକୁ ଥିବା କର୍ମୀ କର୍ମକର୍ତ୍ତା ଙ୍କ ବୈଠକ ତଥା ସମାବେଶ ରେ ଯୋଗଦାନ କରି ପର୍ଯ୍ୟବେକ୍ଷକ ଙ୍କୁ ନିଜ ନିଜସ୍ୱ ମତାମତ ଦେବାକୁ ଜ଼ିଲ୍ଲା କଂଗ୍ରେସ କମିଟି ସଂଯୋଜକ ଶ୍ରୀ ଦୁର୍ଗା ପାଢ଼ୀ ନିବେଦନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ