Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀ ନେତ୍ର ଚିକିତ୍ସାଳୟରେ ପଶ୍ଚିମ ଓଡିଶାର ସର୍ବ ପ୍ରଥମ ଭିଜନ୍ ଥେରାପି କ୍ଲିନିକ ଉଦଘାଟିତ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ଅଧିନସ୍ଥ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ପରିସରରେ ପଶ୍ଚିମ ଓଡିଶାର ସର୍ଵ ପ୍ରଥମ ଭିଜନ ଥେରାପି କ୍ଲିନିକ ଉଦଘାଟିତ ହୋଇଯାଇଛି। ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସ୍ମୃତି କମିଟୀର ସହାୟତାରେ ଉକ୍ତ ଥେରାପି କ୍ଲିନକ କରାଯାଇଛି । ଉଦଘାଟନୀ ଉତ୍ସବରେ ସ୍ମୃତି କମିଟୀର ଆବାହକ ଆର୍ତ୍ତତ୍ରାଣ ପଣ୍ଡା ଓ ମମତାଜ୍ ପଣ୍ଡା, ଲେପ୍ରା ସୋସାଇଟି ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାଏକ, ନେତ୍ର ଚିକିତ୍ସାଳୟ ର ଅଧିକ୍ଷକ ଡା.ଦେବେନ୍ଦ୍ର କୁମାର ସାହୁ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କ୍ଲିନିକ ଚକ୍ଷୁ ଭିତ୍ତିକ ବିଭିନ୍ନ ରୋଗ ଥେରାପି ମାଧ୍ୟମରେ ଠିକ୍ କରିବା ପାଇଁ ଲକ୍ଷ୍ୟ ନେଇ ଉକ୍ତ ଥେରାପି କ୍ଲିନିକ ଲୋକାର୍ପିତ ହୋଇଛି। ସ୍ବେଚ୍ଚାସେବୀ ରାମଗୋପାଲ ବାଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାନଦୀ ନେତ୍ର ଚିକିତ୍ସାଳୟର ସମସ୍ତ କର୍ମଚାରୀ ଓ ସାଧାରଣ ଲୋକେ ଉପସ୍ଥିତ ଥିଲେ । ପୂର୍ବରୁ ଉକ୍ତ ଚିକିତ୍ସାଳୟ ପଶ୍ଚିମ ଓଡିଶାର ପ୍ରଥମ ଲୋ-ଭିଜନ କ୍ଲିନିକ ଆରମ୍ଭ କରି ଚକ୍ଷୁ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରି ଆସୁଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ