Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମାରକେଲୀ ଗାଁ ରେ ବିଦ୍ୟୁତ୍ ଆଘାତରେ ଜଣକ ର ମୃତ୍ଯୁ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ, ମହଦା ପଞ୍ଚାୟତ କୁମରକେଲି ଗାଁ ରେ ବୁଧୁବାର ବିଦ୍ୟୁତ ଆଘାତରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କୁମରକେଲି ଗ୍ରାମର କନ୍ଦର୍ପ ପଧାନ (୫୦) ବୋଲି ଜଣା ପଡିଛି। କନ୍ଦର୍ପ ନଜ ଘର ବାରିପଟେ କୂଅ ରେ ଗାଧୋଇବାକୁ ଯାଇଥିବା ବେଳେ କୂଅରେ ପାଣିପମ୍ପରେ କିଛି ଯାନ୍ତ୍ରିକ ଦୃଟି ଦେଖାଯିବାରୁ ସେ ସଜାଡିବାକୁ ଚେଷ୍ଟା କରୁଥିବା ସମୟରେ ବିଦ୍ୟୁତ ଆଘାତ ରେ ଗୁରୁତର ହୋଇଥିଲେ । ବିଦ୍ୟୁତ ଆଘାତ ପାଇଥିବା ସମୟରେ ତାଙ୍କ ସ୍ତ୍ରୀ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ପରିବାର ଲୋକଙ୍କ ସହାୟତାରେ କନ୍ଦର୍ପଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଜିଳ୍ଲା ମୁଖ୍ୟଚିକିତ୍ସାଲୟ କୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚି ପଞ୍ଚନାମା ପରେ ଶବ ବ୍ୟବଛେଦ କରାଯାଇ ଥିଲା। ମୃତ ଦେହ କୁମର କେଲି ଗାଁ ରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶୋକାକୁଳ ପରିବେଶରେ ଗାଁ ନିକଟସ୍ଥ ସ୍ମଶାନ ରେ ଶେଷକୃତ୍ୟ କରାଯାଇଛି । ମୃତକ ଜଣକ ଘରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାବେଳେ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରନ୍ତି ।