Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ 

ପୁରୀ: ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନ ୧ଟାରେ ଭର୍ଚୁଆଲ୍ ମୋଡରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିବେ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ବିଧାୟକ ଏବଂ ସାଂସଦ ଯୋଗଦେବେ ବୋଲି ସୂଚନା ମିଳିଛି । ବନ୍ଦେ ଭାରତ ଏକ୍ସପ୍ରେସ ଓଡିଶାରୁ ପ୍ରଥମ ଥର ପାଇଁ ପୁରୀରୁ ହାୱଡ଼ା ଅଭିମୁଖେ ଗଡିବ ।

ସୂତ୍ର ଅନୁଯାୟୀ ଏହି କାର୍ଯ୍ୟକ୍ରମ ସକାଳ ୯ ଟାରୁ ଆରମ୍ଭ ହେବ ଏବଂ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ୧୬ ଟି କୋଚ୍ ସହିତ ସେମି ହାଇ ସ୍ପିଡ୍ ର ଏହି ଟ୍ରେନ ଚଳାଚଳ ନିୟମିତ ଭାବେ ମେ ୨୦ ରୁ ଆରମ୍ଭ ହେବ। ଏହି ସେବା ଗୁରୁବାର ବ୍ୟତୀତ ସପ୍ତାହରେ ଛଅ ଦିନ ଉପଲବ୍ଧ ହେବ। ଏଥିରେ ସାତୋଟି ଷ୍ଟପ୍ ରହିବ। ଏହି ଏକ୍ସପ୍ରେସ ପୁରୀରୁ ହାଓ୍ବଡା ଯିବା ମଧ୍ୟରେ ଖଡଗପୁର, ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ୍, କଟକ , ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡରେ ଅଟକିବ। ଷ୍ଟେସନରେ ଏହା କେବଳ ଦୁଇ ମିନିଟ୍ ପାଇଁ ଅଟକିବ ବୋଲି ସୂତ୍ରରୁ ପ୍ରକାଶ।

ଟ୍ରେନ୍ ସକାଳ ୬.୧୦ ରେ ହାଓ୍ବଡା ଛାଡି ୧୨.୩୫ ରେ ପୁରୀରେ ପହଞ୍ଚିବ। ସେହପରି ଏହା ପୁରୀରୁ ୧.୫୦ ରେ ଛାଡିଲେ ରାତି ୮.୩୦ ରେ ହାଓ୍ବଡା ପହଞ୍ଚିବ ବୋଲି ସୂଚନା ରହିଛି।