Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶ୍ୱସ୍ତରୀୟ ହେବ ପୁରୀ ଓ କଟକ ରେଳଷ୍ଟେସନ; ରେଳଯାତ୍ରୀଙ୍କୁ ମିଳିବ ନିଆରା ଅନୁଭୂତି

ଭୁବନେଶ୍ବର: ବିଶ୍ୱସ୍ତରୀୟ ହେବ ପୁରୀ ଓ କଟକ ରେଳଷ୍ଟେସନ। ନୂଆ ରୂ‌ପରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ପୁରୀ ଓ କଟକ ରେଳଷ୍ଟେସନ। ଭର୍ଚୁଆଲ ମୋଡରେ ଆଜି ଏହାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଏଥିରେ ରେଳଯାତ୍ରୀଙ୍କ ପାଇଁ ସବୁପ୍ରକାର ସୁବିଧା ଉପଲବ୍ଧ ରହିବ। ଏହି ଆଧୁନୀକରଣ ପ୍ରକ୍ରିୟା ମାଧ୍ୟମରେ ରେଳଯାତ୍ରୀଙ୍କୁ ମିଳିବ ଏକ ବିଶ୍ବସ୍ତରୀୟ ଅନୁଭୂତି।

ସୂଚନା ଅନୁସାରେ, ରେଳଷ୍ଟେସନର ଆଧୁନୀକରଣ ଲାଗି ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଜଣାପଡ଼ିଛି। ଏହାସହିତ ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ରେଳ ଷ୍ଟେସନରେ ବିଭିନ୍ନ ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ଦେଖିବାକୁ ମିଳିବ ।