Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ; ୩, ୨୨୨ ସ୍କୁଲର ପାସ ହାର ଶହେ ପ୍ରତିଶତ 

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପରୀକ୍ଷା ଫଳ ପୁସ୍ତକ ଉନ୍ମାଚନ କରିଛନ୍ତି। ପୂର୍ବ ସୂଚନା ଅନୁଯାୟୀ ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ରୀକ୍ଷାରେ ୩,୨୨୨ ସ୍କୁଲର ପାସ ହାର ଶହେ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି ।

ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । www.bseodisha.ac.in ୱେବସାଇଟକୁ ଯାଇ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ । ସେହିପରି ଏସ୍ଏମ୍ଏସ୍ ପାଇଁ ଓଆର୧୦ ଲେଖି ସ୍ପେସ୍ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ରେ ଶେଷ ହୋଇଥିଲା। ଏଥର ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୩ ହଜାର ୨୧୮ଟି କେନ୍ଦ୍ରରେ ହୋଇଥିଲା ମାଟ୍ରିକ୍ ପରୀକ୍ଷା। ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଏପ୍ରିଲ ୩ରୁ ଆରମ୍ଭ ହୋଇଥିଲା ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାୟନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ