Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ; ପାସ୍ ହାରରେ ଆଗରେ କଟକ-ଜଗତସିଂହପୁର

କଟକ: ଚଳିତ ବର୍ଷ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏଥର ମୋଟ ପାସ ହାର ରହିଛି ୯୬.୧୯ ପ୍ରତିଶତ। ଆଜି ଦିନ ୧୦ଟାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ବୋର୍ଡ କାର୍ଯ୍ୟାଳୟ ପରିସରରେ ମାଟ୍ରିକ ରେଜଲ୍ଟ ଘୋଷଣା କରାଯାଇଛି।
ସୂଚନାନୁସାରେ, ଚଳିତ ବର୍ଷ ୫,୨୧,୪୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୫,୧୨,୪୬୦ ପାସ୍ କରିଛନ୍ତି। ୪୧୫୮ ଜଣ ଛାତ୍ରଛାତ୍ରୀ A1 ଗ୍ରେଡ୍, ୨୯୮୫୫ ଜଣ A2 ଗ୍ରେଡ୍, ୭୭୭୬୨ ଜଣ B1 ଗ୍ରେଡ୍ ଏବଂ ୧୧୯୧୨୦ ଜଣ B2 ଗ୍ରେଡ୍ ରେ ପାସ୍ କରିଛନ୍ତି।

ଚଳିତ ବର୍ଷ କଟକ ଏବଂ ଜଗତସିଂହପୁରରେ ମୋଟ ପାସ ହାର 97.99 ପ୍ରତିଶତ ରହିବା ସହିତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ମାନ୍ୟତା ପାଇଛି। ମାଲକାନଗିରିରେ ସର୍ବନିମ୍ନ ୯୨.୬୮ ପ୍ରତିଶତ ପାସ୍ ହାର ରହିଛି । ରାଜ୍ୟର ୩୨୨୨ ହାଇସ୍କୁଲରେ ପାସ ହାର ଶତ ପ୍ରତିଶତ ରହିଛି।

www.bseodisha.ac.in ୱେବସାଇଟରେ ପରୀକ୍ଷା ଫଳ ଜାଣିହେବ । ସେହିପରି ଏସ୍ଏମ୍ଏସ୍ ପାଇଁ ଓଆର୧୦ ଲେଖି ସ୍ପେସ୍ ଦେଇ ରୋଲ୍ ନମ୍ବର ଦେବାକୁ ପଡ଼ିବ । ଏହା ପରେ ୫୬୭୬୭୫୦କୁ ପଠାଇଲେ ରେଜଲ୍ଟ ମିଳିପାରିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ