ଜମନକିରା କଳାକାର ମହାସଂଘ ପକ୍ଷରୁ ବିଶାଳ ରାଲି ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କଳାକାର ମହାସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ମଲିତ ଏକ ଦାବିପତ୍ର ସ୍ଥାନୀୟ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କ ଜରିଆରେ ପ୍ରଦାନ କରାଯାଇଛି। ସଂଘର ସଭାପତି ଗୋକୁଳା ନନ୍ଦ ଦାନୀ, ଉପ-ସଭାପତି ଉମାକାନ୍ତ ଅର୍କ ଏବଂ ସାଧାରଣ ସମ୍ପାଦକ ହିମାଦ୍ରୀ ସାହୁଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଓ ପୁରୁଷ କଳାକାର ମାନେ ଆଜି ଜମନକିରା ସାପ୍ତାହିକ ବଜାର ପ୍ରାଙ୍ଗଣରୁ ବାହାରି ଗାଁ ପରିକ୍ରମା ପରେ ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଦାବିପତ୍ର ପ୍ରଦାନ କରିଥିଲେ।
ସୂଚନା ଅନୁଯାଇ ଜମନକିରା ବ୍ଲକ ଅନ୍ତର୍ଗତ ୨୧ ଟି ପଞ୍ଚାୟତର ସହଶ୍ରାଧିକ କଳାକାର ମାନେ ଏକଜୁଟ ହୋଇ ଜମନକିରା ସାପ୍ତାହିକ ବଜାର ପ୍ରାଙ୍ଗଣ ରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୪ଦଫା ସମ୍ମଲିତ ଦାବିପତ୍ର ପ୍ରଦାନ କରଥିଲେ। ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ନୁଆ କଳାକାର ମାନଙ୍କୁ ସାମିଲ କରାଯାଇ ସରକାରଙ୍କ ଗାଇଡଲାଇନ ଅନୁସାରେ ଭତ୍ତା ପ୍ରଦାନ, ଭତ୍ତା ପାଉଥିବା ହିତାଧିକାରୀଙ୍କ ଭତ୍ତା କୁ ବଢେଇ ୫ହଜାର ଟଙ୍କା କୁ ବୃଦ୍ଧି, ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗୀ ନିର୍ମାଣ, ବିମା ଯୋଜନାରେ ସାମିଲ କରିବା, କଳାକାର ମାନଙ୍କୁ ନେଇ ବିଭିନ୍ନ ଯୋଜନା ଉପରେ କାର୍ଯ୍ୟକ୍ରମ କରିବା, ଅଣସିକୃତି କଳାକାର ମାନଙ୍କୁ ପଞ୍ଜୀକୃତ କରେଇବା ଆଦି ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା।