Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭ ଦଫା ସମ୍ମଲିତ ଦାବି ନେଇ ଜିପିଏଲଏଫ କର୍ମୀ ଜମନକିରା ସଂଘ ପକ୍ଷରୁ ବ୍ଲକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

ଜମନକିରା : ଜମନକିରା ବ୍ଲକ ଜିପିଏଲଏଫ କର୍ମୀ ଜମନକିରା ସଂଘ ପକ୍ଷରୁ ୭ ଦଫା ଦାବି ନେଇ ଆଜି ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଛି। ତେବେ ଦାବି ପୂରଣ କରାନଗଲେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାଇ, ଜମନକିରା ବ୍ଲକରେ ଓଏଲଏମ ଓ ମିଶନ ଶକ୍ତି ବିଭାଗ ଅଧିନରେ ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର ଆଦି ୬ ଟି ବର୍ଗର ପ୍ରାୟ ୨ ଶହ ରୁ ଉର୍ଦ୍ଧ ଜିପିଏଲଏଫ କର୍ମୀ କାର୍ଯ୍ୟ କରୁ ଅଛନ୍ତି। ତେବେ ସେମାନଙ୍କର ବିଭିନ୍ନ ଦାବି ଯଥା; କମ୍ୟୁନିଟି ସପୋର୍ଟ ଇନ୍ସେଟିଭ ବେସଡ୍ ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି, କାର୍ଯ୍ୟ ଅନୁଯାଇ ବର୍ଦ୍ଧିତ ପାରିଶ୍ରମିକ, ରାଜସ୍ବ ଗ୍ରାମ ପ୍ରୋତ୍ସାହନ ରାଶି ବନ୍ଦ କରିବା, ଏକାଉଣ୍ଟ୍ ରେ ପେମେଣ୍ଟ କରିବା, ପଫର୍ମାନ୍ସ ବୋନସ ପ୍ରୋତ୍ସାହନ ରାଶି ବନ୍ଦ କରିବା ଆଦି ଦାବି ନେଇ ଗତ ୬ ମାସ ପୂର୍ବରୁ ବିଭିନ୍ନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର କୌଣସି ସମାଧାନ ନହେବା ଯୋଗୁଁ ଗତ ୧୫ ତାରିଖ ଦିନ ସମସ୍ତ ୩୧୪ ଟି ବ୍ଲକ ବିଭାଗୀୟ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସେତେ ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଇଣ୍ଟେନ୍ସିଭ ପୋର୍ଫରମାନ୍ସ ବୋନସ ନେବୁ ନାହିଁ ବୋଲି ସ୍ପଷ୍ଟ କରି ସମସ୍ତ ଦାବି ପୂରଣ କରିବା ପାଇଁ ଦାବି ଜଣାଇଥିଲେ। ଏବଂ ସୂଚାଇ ଦେଇଥିଲୁ କି ଯଦି ୭ ଦିନରେ ଆମ୍ଭର ଦାବି ପୂରଣ ନକରାଯାଏ ତାହେଲେ ୨୨ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ଲକ କାର୍ଯ୍ୟଳୟ, ମିଶନ ଶକ୍ତି କାର୍ଯ୍ୟାଳୟ ଏବଂ ଓଏଲମ୍ କାର୍ଯ୍ୟଳୟ ସମ୍ମୁଖରେ ଗଣ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ସେହି ଅନୁଯାଇ ଆଜି ପ୍ରାୟ ୨ ଶହ ୮୦ କର୍ମୀ ତିନି କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

More Stories