Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଶିମାଲ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପାରିବାର ଯୋଜନାରେ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ଶିବିର; ୫୪୫ ଜଣ ରୋଗୀଙ୍କ ହେଲା ସ୍ବାସ୍ଥ୍ୟ ପରୀକ୍ଷା

ଜମନକିରା : ଜମନକିରା ବ୍ଲକ ଫାଶିମାଲ ପଞ୍ଚାୟତ ସଦର ମହକୁମା ସ୍ଥିତ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ସୁସ୍ଥ ନାରୀ ସଶକ୍ତ ପରିବାର ଯୋଜନାରେ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୫୪୫ ଜଣ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ସମ୍ବଲପୁର ଜିଲ୍ଲା ଭିମସାର ରୁ ମେଡ଼ିସିନ୍ ସ୍ପେସିଆଲିଷ୍ଟ ଡା: ସିଦ୍ଧାନ୍ତ ମହାପାତ୍ର, ସ୍ତ୍ରୀ ଓ ପ୍ରସୂତି ଡ଼ା: ଲିନା ବାରୁ ଏବଂ ଦାନ୍ତ ଡ଼ା: ସମ୍ବିତ ପଟ୍ଟନାୟକ ପ୍ରମୁଖ ରୋଗୀ ପରୀକ୍ଷା କରିଥିଲେ। ସେମାନଙ୍କୁ ସିଏଚସି ର ଡାକ୍ତର ମାନେ ସହଯୋଗ କରିଥିଲେ। ସିଏଚସି ର ସୂପରିଟେଣ୍ଡେଣ୍ଟ ଡ଼ା: ହରିଶ ଚନ୍ଦ୍ର ବାଘ ପରିଚାଳନା କରିଥିବା ବେଳେ ଅନ୍ୟ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।