ବ୍ୟକ୍ତିର ଶବ ନାଳ ପାଣିରୁ ଉଦ୍ଧାର, ଅପମୃତ୍ୟୁ ମାମଲା ରୁଜୁ

ଜମନକିରା : ଜମନକିରା ବ୍ଲକ କୁଚିଣ୍ଡା ଥାନା ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ର କିଷାନଙ୍କ ଏତଲା କ୍ରମେ ତାଙ୍କ ଜ୍ୱାଇଁ ବିରେନ୍ଦ୍ର ମାଝୀ ଦୁଇ ଦିନ ପୂର୍ବରୁ ଗାଁକୁ ଆସି ନିଖୋଜ ଥିଲେ। ଗତକାଲି ୨୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଲୋକେ ନାଳରେ ଜଣେ ଲୋକର ଶବ ଭାସୁଥିବା ଦେଖିଥିଲେ। ପରେ ପରିବାର ଲୋକେ ଯାଇ ଦେଖିବାରୁ ତାହା ତାଙ୍କର ଜ୍ୟାଇଁ ବିରେନ୍ଦ୍ର ମାଝୀ ଙ୍କ ବୋଲି ଜାଣି ପାରିଥିଲେ। ଏନେଇ ପୋଲିସ କୁ ଜଣାଇଲା ପରେ ପୋଲିସ ଅଗ୍ନିଶ୍ରମ ବିଭାଗ କୁ ଜଣାଇ ଶବ ଉଦ୍ଧାର କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା କୁ ପଠେଇ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ କହିଛି।