Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୯୫ତମ ଜମନକିରା ମା ଦୁର୍ଗା ପୂଜା, ଜମୁଛି ଉତ୍ସବର ମାହୋଲ୍, ଏଥର ମୁଖ୍ୟ ଆକର୍ଷଣ ରାବଣ ପୋଡ଼ି

ଜମନକିରା : ଚଳିତ ବର୍ଷ ଜମନକିରା ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ୯୫ତମ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ଆକର୍ଷଣୀୟ ତୋରଣ, ଆଲୋକ, ସାଜସଜ୍ଜା, ବିଦ୍ୟୁତ୍ ମାଳ ରେ ଝଲସି ଉଠିବ ଦେବୀ ମା’ ଦୂର୍ଗାଙ୍କ ମେଢ଼ ମଣ୍ଡପ ତୋରଣ। ଯେତିକି ଦଶହରା ପର୍ବ ପାଖେଇ ଆସୁଛି ମା’ ଭଉଣୀ ଙ୍କ ଘର ଲେଉଟାଣି ସହ ଖୋଲା ବଜାର ରେ କିଣା ବିକାର ଉତ୍ସାହ ମାହୋଲ ଉତ୍ସବ କୁ ଆହୁରି ସରଗରମ କରୁଛି। ଗତ ୨୭ ତାରିଖ ଶନିବାର ଷଷ୍ଠୀ ରାତିରେ ଘଟ ଆବାହନ, ରବିବାର ଶ୍ରୀ ମୃଣୟୀ ଦେବୀଙ୍କ ବିଲ୍ଵବରଣ ସହ ଅଧିବାସ ଆରମ୍ଭ, ଜୀବନ୍ୟାସ, ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ, ଆବରଣ ପୂଜା, ସପ୍ତମୀବିହୀତ ଚଣ୍ଡୀପାଠ, ଅର୍ଦ୍ଧ ରାତ୍ରେ ବଳିଦାନ, ୨୯ ତାରିଖ ସୋମବାର ଅଷ୍ଟମୀ ବିହୀତ ଚଣ୍ଡୀପାଠ ସହ ସନ୍ଧ୍ୟାରେ ଭାଈ ଜିଉନ୍ତିଆ ଓଷା ବ୍ରତ, ମହାଷ୍ଟମୀ ବିହୀତ ପୂଜା ସହ ଚଣ୍ଡୀପାଠ ଓ ବଳିଦାନ, ୩୦ ତାରିଖ ମଙ୍ଗଳବାର ମୃଣୟି ଦେବୀଙ୍କ ସନ୍ଧିପୂଜା, ମହାନବମୀ ପୂଜା, ୧ ତାରିଖ ବୁଧବାର ବିଶ୍ରାମ ପୂଜା, ୨ ତାରିଖ ଗୁରୁବାର ଦଶମୀ ରୁଦ୍ରାଭିଷେକ , ଦିନ ୯ଟା ୩୦ ମଧ୍ୟେ ପୂର୍ଣ୍ଣାହୁତି, ଅପରାଜିତା ପୂଜା, ଖଡ୍ଗ ଯାତ୍ରା, ବିଜୟା ଦଶମୀ ଦଶହରା, ୩ ତାରିଖ ଏକାଦଶୀ ତିଥି ରେ ସନ୍ଧ୍ୟାରେ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଚଳିତ ବର୍ଷ କର୍ତ୍ତା ଭାବେ ଗୌନ୍ତିଆ ହେମନ୍ତ ପଟେଲ କର୍ତ୍ତା କାର୍ଯ୍ୟ ତୁଲାଉ ଥିବା ବେଳେ ପୂଜକ ଆଶୋକ ପାଣିଗ୍ରାହୀ ଯଥା ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି। ସେହିପରି ୨୮ ତାରିଖ ରବିବାର ସନ୍ଧ୍ୟାରୁ ଗୀତ ଡାନ୍ସ ଫେନ୍ସି ଡ୍ରେସ୍ ପ୍ରତିଯୋଗିତା, ୨୯ ତାରିଖ ପୂର୍ବାହ୍ନ ୧୦ ଟାରେ ପୁରୁଣା ଥାନା ପଡ଼ିଆ ଠାରେ ତାସ, କ୍ୟାରମ, ଲୁଡୁ ପ୍ରତିଯୋଗିତା, ସନ୍ଧ୍ୟା ୭ଟାରେ ହୁଲହୁଲି ପ୍ରତିଯୋଗିତା, ୮ଟା ରୁ ସମ୍ୱଲପୁର ସ୍ଵୟଂ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ୩୦ ତାରିଖ ମଙ୍ଗଳବାର୍ ୧୦ ଟାରେ ତାସ, କ୍ୟାରମ, ଲୁଡୁ ପ୍ରତିଯୋଗିତା ଦ୍ୱିତୀୟ ରାଉଣ୍ଡ, ସନ୍ଧ୍ୟା ୮ଟା ରେ ଲେଟ୍ ସ୍ ଡାନ୍ସ ସିଜିନ-୫, ୧ ତାରିଖ ବୁଧବାର ତାସ, କ୍ୟାରମ, ଲୁଡୁ ପ୍ରତିଯୋଗିତା ଫାଇନାଲ ରାଉଣ୍ଡ, ସନ୍ଧ୍ୟା ୮ ଟା ରେ ବଲାଙ୍ଗୀର ର ମେଲୋଡ଼ି ସୁର ସଂଗୀତ, ୨ ତାରିଖ ଗୁରୁବାର ଦଶହରା, ପାର୍ବଣ ପଡ଼ିଆକୁ ଖଡ୍ଗ ଯାତ୍ରା ଓ ମୁଖ୍ୟ ଆକର୍ଷଣ ରାବଣ ପୋଡ଼ି ଉତ୍ସବ, ରେମେଣ୍ଡା-୩ କୃଷ୍ଣଗୁରୁ ଭଜନ, ବୌଦ୍ଧ ର ମା’ ମେଲୋଡ଼ି ଅର୍କେଷ୍ଟ୍ରା, କଟକ ର ଷ୍ଟାର ଡାନ୍ସ ଗ୍ରୁପ , ଭୁବନେଶ୍ୱର ଖୁସି ଏଣ୍ଡ ଖୁସି ଡାନ୍ସ ଗ୍ରୁପ୍, ବରଗଡ଼ ର ପାର୍ବତୀ ଗଣନାଟ୍ୟ ଫ୍ରୀ ସୋ ଅପେରା, ୩ ତାରିଖ ସନ୍ଧ୍ୟାରେ ଦୁଲଦୁଲି ବାଜା, ଆତସବାଜି ସହ ସମ୍ୱଲପୁର ମହାବୀର ଘଣ୍ଟ ବାଦ୍ୟ ତାଳେ ତାଳେ ଭସାଣୀ ଯାତ୍ରା ଅନୁଷ୍ଠିତ ହେବ। ଏଠାକୁ ସାର୍ବଜନୀନ ୯୫ତମ ଶାରଦୀୟ ଦୁର୍ଗାପୂଜା ଦେଖିବାକୁ ଆସୁଥିବା ଆଖ ପାଖ ଅଞ୍ଚଳ ର ଶ୍ରଦ୍ଧାଳୁ ଭକ୍ତ, ଜନ ସାଧାରଣ ଆଇନ୍ ଶୃଙ୍ଖଳା ରକ୍ଷା ସହ ଶାନ୍ତି ସୁରକ୍ଷା ବଜାୟ ରଖିବାକୁ ଜମନକିରା ଗ୍ରାମ ଉନ୍ନୟନ କମିଟି ସଭାପତି ସୁବାଷ ଚନ୍ଦ୍ର ସାହୁ, କାର୍ଯ୍ୟକାରି ସଭାପତି ଦିଲ୍ଲୀପ ସାହୁ, ଉପସଭାପତି ଗୋପାଳ ସାହୁ, କୋଷାଧ୍ୟକ୍ଷ ହରିହର ରଣା, ସଂପାଦକ ବିରାଜ ପାଣ୍ଡେ ଓ ସହ ସଂପାଦକ ଦେବାଶିଷ ମହାକୁଲ ପ୍ରମୁଖ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ